ଲକ୍ଷ୍ନୌ: ଶନିବାର ରାତିରେ ଉତ୍ତର ପ୍ରଦେଶର ଇଟାୱା ଅନ୍ତର୍ଗତ ଜୈତିଆ ଗ୍ରାମର ଗୋଟାଏ ୮ ଫୁଟିଆ କୁମ୍ଭୀର ଘରେ ପଶିବାରୁ ଶୋଇଥିବା ପରିବାର ଶୋଇଥିବା ଲୋକେ ଧଡ଼ପଡ଼ ହୋଇ ଉଠିପଡ଼ିଥିଲେ।
ଘର ମାଲିକ ହର୍ନାମ ସିଂହଙ୍କ କହିବା ଅନୁସାରେ, ସେମାନେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୦.୩୦ରେ ସରୀସୃପଟି ଘରେ ପ୍ରବେଶ କରିଥିଲା। ସେମାନେ ଏ କଥା ପୁଲିସକୁ ସୂଚନା ଦେବାରୁ ପୁଲିସ ଏକଥା ସ୍ଥାନୀୟ ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର୍ ଆଶିଷ ତ୍ରିପାଠୀଙ୍କୁ ଜଣାଇଲେ। ସେ ଘରେ ତାଲା ପକାଇ ଦେବା ଲାଗି ଡକ୍ଟର୍ ତ୍ରିପାଠୀ ପରାମର୍ଶ ଦେଲେ। ଘରେ ତାଲା ପଡ଼ିଲା ସିନା, ପରିବାର ଲୋକେ କିନ୍ତୁ, ପଡ଼ୋଶୀମାନଙ୍କ ସହ ଗପ କରି ରାତି ସାରା ଅନିଦ୍ରା ରହିଲେ।
/sambad/media/post_attachments/wp-content/uploads/2022/10/croco1-1.jpg)
ଏ ଖବର ପ୍ରଘଟ ହେବାକ୍ଷଣି ସ୍ଥାନୀୟ ଲୋକେ ଆସି ସିଂହଙ୍କ ଘରପାଖରେ ଗହଳି କଲେ। ଡକ୍ଟର୍ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ସକାଳ ୬ଟା ବେଳେ ଉଦ୍ଧାର ଅଭିଯାନ ଆରମ୍ଭ ହେଲା। କୁମ୍ଭୀରଟିକୁ କାବୁ କରି ଯନ୍ତାରେ ଭରି ନିରାପଦରେ ଘରୁ ବାହାର ବାକୁ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପୁଲିସକୁ ପ୍ରାୟ ଘଣ୍ଟାଏ ଲାଗିଥିଲା। ପରେ ସେ ସରୀସୃପଟିକୁ ବନ ବିଭାଗକୁ ସମର୍ପି ଦିଆଯାଇଥିଲା।
ଉଦ୍ଧାର କରାଯାଇଥିବା କୁମ୍ଭୀରଟି ପ୍ରାପ୍ତ ବୟସ୍କ ନୁହେଁ, ତରଣ। ମାପି ଦେଖିଲୁ ତା’ର ଲମ୍ବ ୮ ଫୁଟ୍। ବୟସ ଦେଢ଼ରୁ ଦୁଇବର୍ଷ ହେବ। ନିକଟରେ ପ୍ରବାହିତ କେନାଲ୍ରୁ ସେ ଉଠି ଆସିଥାଇ ପାରେ ବୋଲି ଡକ୍ଟର ତ୍ରିପାଠୀ କହିଛନ୍ତି।
/sambad/media/post_attachments/wp-content/uploads/2022/10/croco-1.jpg)
ଘର ମାଲିକ ହର୍ନାମ୍ ସିଂହ କହନ୍ତି, କୁମ୍ଭୀର କେମିତି ଘରେ ପଶିଲା ଆମେ ଜାଣିନୁ। ରାତିରେ ଛେଳି ବୋବାଇବାରୁ କିଛି ଅଘଟଣ ଘଟିଛି ବୋଲି ହୃଦ୍ବୋଧ ହୋଇଥିଲା। ତା’ପରେ ଆମେ କୁମ୍ଭୀରଟିକୁ ଦେଖିଲୁ। ମୋ ମାଆ ଚିତ୍କାର କରିବାରୁ ମୋ ଝିଅ କବାଟ ଖୋଲି ତା’ ଆଡ଼କୁ ଧାଇଁ ଯିବାରୁ କୁମ୍ଭୀରଟି ଘରେ ପଶିଗଲା।