ଲକ୍ଷ୍ନୌ: ବହୁ ଲୋକଙ୍କଠାରେ ବ୍ୟବହୃତ ଏକା ସିରିଞ୍ଜରେ ଇଂଜେକ୍ସନ ନେଇଥିବା ଉତ୍ତରପ୍ରଦେଶର ଜଣେ ବାଳିକାଠାରେ ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଛି। ଏ ନେଇ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏଟାହ ସ୍ଥିତ ରାଣୀ ଅବନ୍ତୀବାଈ ଲୋଧି ସରକାରୀ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ଜଣେ ଡାକ୍ତର ଗୋଟିଏ ସିରିଞ୍ଜକୁ ବହୁ ଲୋକଙ୍କଠାରେ ବ୍ୟବହାର କଲେ ତାହା ଜଣାଇବା ପାଇଁ ସେ ଆଦେଶ ଦେଇଛନ୍ତି। ପାଠକ କହିଛନ୍ତି ସମ୍ପୃକ୍ତ ଦୋଷୀ ଡାକ୍ତର ଓ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଏଟାହ ମୁଖ୍ୟ ମେଡିକାଲ ଅଫିସର ଉମେଶ କୁମାର ତ୍ରିପାଠୀ କହିଛନ୍ତି ଯେ ଘଟଣା ବିଷୟରେ ସେ ଅବଗତ ଅଛନ୍ତି ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହା ଉପରେ ତଦନ୍ତ ଆଦେଶ ଦେଇଛନ୍ତି। ତଦନ୍ତ ସରିଲା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ରିପୋର୍ଟ ପ୍ରଦାନ କରାଯିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।