ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଏଯାବତ୍ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ବିରୋଧ କରାଯାଉଥିବାବେଳେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ସିଏଏ କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ରାଜ୍ୟ ଭାବେ ଉତ୍ତରପ୍ରଦେଶରେ ନାଗରିକତା ଆଇନ କାର୍ଯ୍ୟକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଅଧିକାଂଶ ହିନ୍ଦୁ ଶରଣାର୍ଥୀ ଉତ୍ତରପ୍ରଦେଶର ପ୍ରାୟ ୧୯ଟି ଜିଲ୍ଲାରେ ରହୁଥିବାବେଳେ ସେମାନଙ୍କର ଏକ ତାଲିକା ଉତ୍ତରପ୍ରଦେଶ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଶରଣାର୍ଥୀମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ସରକାରଙ୍କ ଦ୍ବାରା ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ଗୃହ ବିଭାଗ ଦ୍ବାରା ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ମାନଙ୍କୁ ସେମାନଙ୍କ ଅଧୀନସ୍ଥ ଅଞ୍ଚଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବାକୁ କୁହାଯାଇଥିଲା ଏବଂ ଏନେଇ ସରକାରଙ୍କ ନିକଟରେ ତଥ୍ୟ ଦାଖଲ କରିବାକୁ କୁହାଯାଇଥିଲା। ତେବେ ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି ଯେ ପ୍ରାୟ ୪୦,୦୦୦ ଅଣ ମୁସଲିମ୍ ବେଆଇନ ଶରଣାର୍ଥୀଙ୍କୁ ଉତ୍ତରପ୍ରଦେଶର ୧୯ଟି ଜିଲ୍ଲାରେ ଚିହ୍ନଟ କରାଯାଇଛି। ଆଗ୍ରା, ରାଏବରେଲି, ଶାହରନପୁର, ଗୋରଖପୁର, ଆଲିଗଡ଼, ରାମପୁର, ମୁଜାଫରନଗର, ହାପୁର, ମଥୁରା, କାନପୁର, ପ୍ରତାପଗଡ଼, ବାରଣାସୀ, ଆମେଥି, ଝାନ୍ସୀ, ବାହରେଚ୍, ଲକ୍ଷ୍ମୀପୁର ଖେରୀ, ଲକ୍ଷ୍ନୌ, ମିରଟ ଏବଂ ପିଲିଭିଟରେ ଶରଣାର୍ଥୀମାନଙ୍କୁ ଚିହ୍ନଟ କରାଯାଇଛି। କେବଳ ପିଲିଭିଟ୍ରେ ପ୍ରାୟ ୩୦,୦୦୦ରୁ ୩୫,୦୦୦ ଆପ୍ରବାସୀ ଥିବା ଜଣାପଡ଼ିଛି।
ଉତ୍ତରପ୍ରଦେଶରେ ସିଏଏ ଲାଗୁ ପାଇଁ ପ୍ରକ୍ରିୟା ଆରମ୍ଭ
/sambad/media/post_attachments/wp-content/uploads/2020/01/yogi_pti_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)