ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରକାରୀ ପ୍ରାଥମିକ ସ୍କୁଲରେ ପ୍ରତିଦିନ ୧୫ ମିନିଟ ପାଇଁ ଯୋଗ କ୍ଲାସ ହେବ। ଦିନର ଆରମ୍ଭରେ ଏହି କ୍ଲାସ ହେବ। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସତୀଶ ଦ୍ୱିବେଦୀ ଅଧିକାରୀଙ୍କୁ ସ୍କୁଲର ଦୈନିକ କାର୍ଯ୍ୟକ୍ରମରେ ଯୋଗ କ୍ଲାସକୁ ଜରୁରୀକାଳୀନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ଅଧିକାରୀଙ୍କୁ ଏହା ସୁନିଶ୍ଚିତ କରିବା ଲାଗି କହିଛନ୍ତି ଯେ, ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଖାପାଖି ୧.୫ କୋଟି ଛାତ୍ରଛାତ୍ରୀ ସ୍କୁଲରେ ସକାଳର ସଭା ସମୟରେ ୧୫ ମିନିଟର ଯୋଗ ଅଧିବେଶନରେ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ଘରକୁ ଯିବା ପୂର୍ବରୁ ୧୫ ମିନିଟ ଶାରୀରିକ ଶିକ୍ଷାରେ ସାମିଲ ହେବାକୁ ପଡ଼ିବ।
ସୂଚନାଯୋଗ୍ୟ ନିକଟରେ ମିର୍ଜାପୁରରେ ମଧ୍ୟାହ୍ଣ ଭୋଜନରେ ଛାତ୍ରଙ୍କୁ ଲୁଣ-ରୋଟି ଦିଆଯିବାକୁ ନେଇ ବିବାଦ ଦେଖାଯିବା ପରେ, ଦ୍ୱିବେଦୀ ଅଧିକାରୀମାନଙ୍କୁ ସବୁ ବ୍ଲକରେ କମିଟି ଗଠନ କରି ମଧ୍ୟାହ୍ଣ ଭୋଜନ, ପୁସ୍ତକ, ଜୋତା, ସ୍କୁଲ ବ୍ୟାଗ ଓ ୟୁନିଫର୍ମ ବିତରଣର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/tp-and-yoga.jpg)