ପ୍ରଭୁ ରାମଙ୍କ ବିଷୟରେ ଗବେଷଣା କଲେ ସରକାର ଦେବେ ୩୦ ଲକ୍ଷ ଟଙ୍କା!

ଇଟାଲୀ ଓ ଇରାକ ଯାଇ କରିବାକୁ ହେବ ରିସର୍ଚ୍ଚ

ଆଗ୍ରା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଭଗବାନ ରାମଙ୍କ ଅନ୍ତରାଷ୍ଟ୍ରୀୟ ଗବେଷଣା କରିବାକୁ ଅର୍ଥ ରାଶି ଦେବାର ବ୍ୟବସ୍ଥା କରିଛନ୍ତି | ଭଗବାନ ରାମଙ୍କ ଶିଳାଲେଖ ଓ ମଧ୍ୟ ଆମେରିକାର ହଣ୍ଡୁରାସ ଜଙ୍ଗଲରେ ମିଳିଥିବା ହନୁମାନଙ୍କ ମୂର୍ତ୍ତି ଉପରେ ଗବେଷଣା କରିବାକୁ ପଡିବ | ଏହି ଗବେଷଣାରୁ ମିଳିଥିବା ତଥ୍ୟକୁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସମ୍ବଳିତ ସଂଗ୍ରହାଳୟରେ ରଖାଯିବ | ରାଜ୍ୟ ସରକାରଙ୍କ ପକ୍ଷରୁ ଅଯୋଧ୍ୟା ଶୋଧ ସଂସ୍ଥାନ ନାମକ ଏକ ଅନୁଷ୍ଠାନ ଗଠନ କରାଯାଇ ଏହା ପାଇଁ ୩୦ ଲକ୍ଷ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ସରକାର ଏଥିପାଇଁ ୧୫ ଲକ୍ଷ ଟଙ୍କା ଦେଇସାରିଛନ୍ତି |ଏହି ଅନୁଷ୍ଠାନ ମାଧ୍ୟମରେ ଇଛୁକ ବିଦ୍ୟାର୍ଥୀ ପ୍ରଭୁ ଶ୍ରୀରାମଙ୍କ ସମ୍ବଳିତ ଇତିହାସ ବାବଦରେ ଗବେଷଣା କରିବେ |

hindustan

ହଣ୍ଡୁରାସ ଜଙ୍ଗଲରେ ଏକ ପ୍ରାଚୀନ ସହର ଓ ଭଗବାନ ହନୁମାନଙ୍କ ମୂର୍ତ୍ତି ମିଳିଥିଲା ଯାହାକୁ ଅନ୍ତଃରାଷ୍ଟ୍ରୀୟ ଗଣମାଧ୍ୟମ ମାଙ୍କଡ଼ଙ୍କ ଭଗବାନ ବୋଲି ବର୍ଣ୍ଣିତ କରିଥିଲେ | ଏହା ସହ ଇଟାଲୀରେ ମଧ୍ୟ ଭଗବାନ ରାମଙ୍କ ସହ ସୀତା, ହନୁମାନଙ୍କ ଚିତ୍ର ଓ ରାମାୟଣ ସହ ଜଡିତ ବିଭିନ୍ନ ଜିନିଷ ମିଳିଥିଲା | ସେହିପରି ଖ୍ରୀଷ୍ଟପୂର୍ବ ୨୦୦୦ରେ ମିଳିଥିବା ହନୁମାନ ଓ ଶ୍ରୀରାମଙ୍କ ଏକ ଚିତ୍ର କଳା ବାବଦରେ ମଧ୍ୟ ଗବେଷଣା କରାଯିବ |

ଏଠାରେ ସୂଚନା ଥାଉ କି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଅଯୋଧ୍ୟାରେ ଭଗବାନ ରାମଙ୍କ ସମ୍ବଳିତ ଏକ ଡିଜିଟାଲ ମ୍ୟୁଜିୟମ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛନ୍ତି | ଏହା ସହ ଭଗବାନ ରାମଙ୍କ ଭବ୍ୟ ପ୍ରତିମା ଓ ଅନ୍ୟ ସୁବିଧା ପାଇଁ ୪୪୬ କୋଟି ଟଙ୍କା ଖର୍ଚ୍ଚ କରାଯିବ |

ସମ୍ବନ୍ଧିତ ଖବର