ଉତ୍ତରପ୍ରଦେଶ : ଗୋଚାଲାଣକାରୀଙ୍କୁ ମିଳିବ ସରକାରୀ ସାର୍ଟିଫିକେଟ

ଲକ୍ଷ୍ନୌ: ଗୋଚାଲାଣକୁ ନେଇ ବାରମ୍ବାର ହିଂସାକାଣ୍ଡ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଉତ୍ତରପ୍ରଦେଶ ସରକାର ଏକ ଅଭିନବ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଏଣିକି ଗୋଚାଲାଣକାରୀଙ୍କୁ ଲାଇସେନ୍ସ ବା ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି ସାର୍ଟିଫିକେଟ ଦେଖାଇଲେ ଗୋଚାଲାଣ କରୁଥିବା ବ୍ୟବସାୟୀମାନଙ୍କୁ ପୁଲିସ ସୁରକ୍ଷା ମିଳିବ । ଏହାଦ୍ୱାରା ବେଆଇନ ଗୋଚାଲାଣକାରୀମାନଙ୍କୁ ମଧ୍ୟ ଜବତ କରିହେବ ।
ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶ ଗୋସେବା ଆୟୋଗର ବୈଠକ ପରେ ସେ କହିଛନ୍ତି ଯେ ଗୋ ସେବା ଆୟୋଗ ପକ୍ଷରୁ ଗୋଚାଲାଣକାରୀଙ୍କୁ ଏସବୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ପ୍ରମାଣପତ୍ର ଥିଲେ ଗୋଚାଲାଣକାରୀଙ୍କୁ ପୁଲିସ ସୁରକ୍ଷା ମିଳିବ । ଅନ୍ୟପକ୍ଷରେ ବେଆଇନ ଗୋଚାଲାଣକାରୀଙ୍କୁ ନିୟନ୍ତ୍ରଣ କରିବା, ଗୋ ସଂପଦର ସୁରକ୍ଷା, ଗୋରୁମାନଙ୍କ ପାଇଁ ଅଧିକ ସଂଖ୍ୟକ ଆଶ୍ରୟସ୍ଥଳୀ ନିର୍ମାଣ ଆଦି ପାଇଁ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର