ପୀଡିତାଙ୍କ ବାପା ଓ ଭାଇ ଝିଅକୁ ଶେଷ ଥର ପାଇଁ ଦେଖିବାକୁ କରୁଥିଲେ ଗୁହାରି; ଜୋରଜବରଦସ୍ତ ଅନ୍ତିମ ସଂସ୍କାର କରିଦେଲା ପୁଲିସ

ଲକ୍ଷ୍ନୌ: ଚାରି ଜଣ ବ୍ୟକ୍ତିଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଜୀବନ ସହ ଲଢ଼େଇ କରୁଥିବା ଉତ୍ତରପ୍ରଦେଶର ୧୯ ବର୍ଷୀୟା ଦଳିତ ମହିଳାଙ୍କର ମଙ୍ଗଳବାର ମୃତ୍ୟୁ ହୋଇଥିଲା। ୟୁପିର ହାଥ୍ରାସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ଗଣଦୁଷ୍କର୍ମର ଶିକାର ହେବାର ପ୍ରାୟ ୨ ସପ୍ତାହ ପରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା।

ପୀଡିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ପୁଲିସ ଝିଅର ଅନ୍ତିମ ସଂସ୍କାର ପାଇଁ ବାଧ୍ୟ କରିଥିଲା। ଏହି ଘଟଣାକୁ ନେଇ ପୁଲିସ କହିଛି ଯେ, ବୁଧବାର ୨.୩୦ଟାରେ ପୀଡିତାଙ୍କ ପରିବାରର ସହମତିରେ ଶବଦାହ କରାଯାଇଥିଲା। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ମୃତକଙ୍କ ମା’ ଝିଅର ଅନ୍ତିମ ସଂସ୍କାର ନକରିବା ପାଇଁ ଆମ୍ବୁଲାନ୍ସ ଆଗରେ କାନ୍ଦୁଥିବା ସହ ପୁଲିସକୁ ନିବେଦନ କରୁଛନ୍ତି।

0k7c5lvo

ପୀଡିତାଙ୍କ ଗତକାଲି ସକାଳେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ୨୦୧୨ରେ ନିର୍ଭୟା ଗଣଦୁଷ୍କର୍ମ କାଣ୍ଡ ଭଳି ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀଙ୍କ ଆକ୍ରମଣରେ ପୀଡିତାଙ୍କ ଶରୀରରେ ଅନେକସ୍ଥାନରେ ହାଡ ଜଖମ ହୋଇଯିବା ସହ ସେ ପକ୍ଷଘାତର ଶିକାର ହୋଇଯାଇଥିଲେ। ଏଥିସହିତ ତାଙ୍କ ଗଳା କାଟି ହତ୍ୟା କରିବାକୁ ଦୁଷ୍କର୍ମକାରୀ ଉଦ୍ୟମ କରୁଥିବା ବେଳେ ପୀଡିତାଙ୍କ ଜିଭରେ ଏକ କଟା ଦାଗ ଥିବା ବି ‌ଦେଖିବାକୁ ମିଳିଥିଲା।

ପୀଡିତାଙ୍କ ମୃତ୍ୟୁ ପରେ ଦିଲ୍ଲୀ ହସ୍ପିଟାଲ ବାହାରେ ଧାରଣାରେ ବସିଥିବା ଲୋକମାନେ “ଦୁଷ୍କର୍ମକାରୀଙ୍କୁ ଟାଙ୍ଗି” ଦିଆଯାଉ ଦାବି ନେଇ ଉତ୍ତେଜନା ସୃଷ୍ଟି କରିଥିଲେ। ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭଉଣୀ ମୃତଦେହକୁ କିଛି ସମୟ ରଖିବାକୁ ସେ ପୁଲିସ ନିକଟରେ ଗୁହାରି କରିଥିଲେ। କିନ୍ତୁ ପୁଲିସ ତାଙ୍କ କଥା ନଣୁଣି ଜୋରଜବରଦସ୍ତି ସଂସ୍କାର କରି ଦେଇଥିଲା।

रात के 3 बजे हुआ पीड़िता का अंतिम संस्कार

ଏହି ଘଟଣାକୁ ନେଇ ମୃତ ପୀଡିତାଙ୍କ ବାପା ଓ ଭାଇ ବିକ୍ଷୋଭରେ ବସିଥିଲେ କିନ୍ତୁ ସେମାନଙ୍କୁ ୟୁପି ପ୍ଲେଟ ସହିତ ଏକ କଳା ସ୍କର୍ପିଓରେ ବସାଇ ପୁଲିସ ନେଇଯାଇଥିଲା |

ମହିଳାଙ୍କ ମୃତଦେହକୁ ମଧ୍ୟରାତ୍ରିରେ ଦିଲ୍ଲୀଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ତାଙ୍କ ଗାଁକୁ ନିଆଯାଇଥିଲା। ଝିଅର ଶେଷ ଦର୍ଶନ ସହିତ ହିନ୍ଦୁ ରୀତିନୀତିରେ ଶବସଂସ୍କାର କରିବାକୁ ପୁଲିସ ନିକଟରେ ଯେତେ ଗୁହାରି କରିଥିଲେ ହେଁ ସେମାନେ କାହାରି କିଛି କଥା ଶୁଣି ନଥିଲେ। ଶେଷଥର ପାଇଁ ବି ଝିଅର ମୁହଁ ଦେଖି ପାରି ନଥିବା ପୀଡିତାଙ୍କ ବାପା କାନ୍ଦି କାନ୍ଦି କହିଛନ୍ତି।

ସମ୍ବନ୍ଧିତ ଖବର