ସିନ୍ଦୂର ପିନ୍ଧିବା ପରେ ବୁଢ଼ା ବର ଦେଖି ଶାଶୁ ଘରକୁ ଯିବାକୁ ମନା କଲା କନ୍ୟା

ବାରାଣସୀ: ରବିବାର ରାତିରେ ବାରାଣସୀର ଚୌବେପୁର ଅଞ୍ଚଳରେ ବିବାହ ପାଇଁ କନ୍ୟା ଘରେ ପହଞ୍ଚିଥିଲା ବର। ନାଚ ଗୀତ ସହ ବାଜା, ବାଣ, ରୋଶଣୀ ନେଇ ବର କନ୍ୟା ଘରେ ପହଞ୍ଚିବା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବୈଦିକ ଜପ ସହିତ ବିବାହ ଶେଷ ହୋଇଥିଲା। କନ୍ୟା ମଥାରେ ସିନ୍ଦୂର ଭରିଥିଲା ବର। ହେଲେ ସବୁ ଶେଷ ହେବା ପରେ ଶାଶୁଘରକୁ ଯିବା ପାଇଁ କନ୍ୟାକୁ ଡକାଯିବାରୁ ସଫାସଫା ମନା କରିଦେଇଥିଲା କନ୍ୟା। ରବିବାର ବିବାହ ଶେଷ ହେବା ପରେ ସୋମବାର ସକାଳେ ଯେତେବେଳେ ବୋହୂକୁ ଘରକୁ ନେବା ପାଇଁ ଶାଶୁଘର ଲୋକ ଆସିଥିଲେ କନ୍ୟା ଗାଡ଼ିରେ ବସିବାକୁ ମନା କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଢ଼ା ବର ସହ ମୁଁ ଶାଶୁ ଘରକୁ ଯିବି ନାହିଁ ବୋଲି କହି କନ୍ୟା ଶାଶୁ ଘରକୁ ନଯିବାକୁ ଅଡିବସିଥିଲା।

ତେବେ ଏହି ମାମଲାର ସମାଧାନ ପାଇଁ ପୁଲିସ ହସ୍ତକ୍ଷେପ କରିବା ସହ ବୁଝାଇବକେୁ ଚେଷ୍ଟା କରିଥିଲେ ବି କନ୍ୟାର ଜିଦ୍ ପାଇଁ ଶେଷରେ କିଛି ଘଣ୍ଟାର ବୈବାହିକ ସମ୍ପର୍କ ଭାଙ୍ଗିଯାଇଥିଲା।

सात फेरों के कुछ घंटों बाद ही पति को छोड़ा, दुल्हन का जाने से इनकार; कहा- बूढ़ा है
livehindustan

ସୂଚନା ମୁତାବକ, ଚୌବେପୁରର କାଦିପୁର ଖର୍ଦ୍ଦ ଗ୍ରାମ ନିବାସୀ ରାଜା ବାବୁ ଚୌହାନଙ୍କ ଝିଅ କାଜଲଙ୍କ ବିବାହ ସାକେତ ନଗର ସଙ୍କଟ ମୋଚନ ବାରାଣସୀ ନିବାସୀ ସ୍ୱର୍ଗତଃ ପ୍ରଭୁ ଚୌହାନଙ୍କ ପୁଅ ସଞ୍ଜୟ ଚୌହାନଙ୍କ ସହ ସ୍ଥିର ହୋଇଥିଲା। ଜୁନ୍ ୫ତାରିଖ ରବିବାର ଦିନ ବିବାହ ଥିବା ବେଳେ ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ପହଞ୍ଚିଥିଲେ ସଞ୍ଜୟ ଚୌହାନ। ହିନ୍ଦୁ ରୀତିନୀତି ଅନୁଯାୟୀ ବୈଦିକ ଜପ ସହିତ ବିବାହ ସମ୍ପର୍ଣ୍ଣ ହୋଇଥିଲା। କନ୍ୟା ମଥାରେ ସିନ୍ଦୂର ଭରିଥିଲା ବର। ହେଲେ ସବୁ ଶେଷ ହେବା ପରେ ଶାଶୁଘରକୁ ଯିବା ପାଇଁ କନ୍ୟା ମନା କରିଦେଇଥିଲା। ଏନେଇ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହେବାରୁ ପୁଲିସ କାନକୁ କଥା ଯାଇଥିଲା। ଦୁଇ ପକ୍ଷକୁ ବସାଇ ଘଟଣାର ସମାଧାନ କରିବାକୁ ପୁଲିସ ଚେଷ୍ଟା କରିଥିଲେ ବି କନ୍ୟାର ଜିଦ୍ ପାଇଁ ଶେଷରେ ବାହାଘର ଭାଙ୍ଗିଥିଲା।

ସମ୍ବନ୍ଧିତ ଖବର