ୟୁପି ବେଆଇନ ମାଂସ କାରଖାନା ମାମଲା, ପୂର୍ବତନ ମନ୍ତ୍ରୀଙ୍କ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

ମେରୁଟ: ବେଆଇନ ମାଂସ କାରଖାନା ଚଳାଉଥିବା ମାମଲାରେ ମିରଟ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ହାଜି ୟାକୁବ କୁରେସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତାଙ୍କର ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

କିଛି ମାସ ପୂର୍ବେ କୁରେସିଙ୍କ କାରଖାନାରେ ଚଢ଼ଉ ସମୟରେ ୫କୋଟି ଟଙ୍କାର ବେଆଇନ ମାଂସ ଜବତ କରାଯାଇଥିଲା। ଉକ୍ତ ମାମଲାରେ ମାର୍ଚ୍ଚ ୩୧ରେ କୁରେସି, ତାଙ୍କ ପତ୍ନୀ ସଞ୍ଜିଦା ବେଗମ ଏବଂ ୨ ପୁଅଙ୍କ ସମେତ ଅନ୍ୟ ୧୭ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ତେବେ ଘରକୁ ନୋଟିସ୍‌ ଆସିବା ପରେ ମଧ୍ୟ କୁରେସି ପୁଲିସ ନିକଟରେ ହାଜର ହୋଇନଥିଲେ। ଗତକାଲି ପୁଲିସର ଏକ ଟିମ୍‌ ତାଙ୍କ ଘରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର