ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ମୋଟ୍ ୯ ଜିଲ୍ଲାର ୫୯ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୫୯.୨୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୭ଟାରେ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ପିଲିଭିଟ, ଲଖିମପୁର ଖେରି, ସୀତାପୁର, ହରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଏବରେଲି, ବାନ୍ଦା ଏବଂ ଫତେପୁର ଜିଲ୍ଲାରେ ଆଜି ଭୋଟ୍ ଥିଲା। ଚତୁର୍ଥ ପର୍ଯ୍ୟାୟରେ ଅନେକ କ୍ୟାବିନେଟ୍ ମନ୍ତ୍ରୀ, ରାଏବରେଲି ବିଧାୟକ ଆଦିତି ସିଂହ ଏବଂ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’ ଆଶା ସିଂହଙ୍କ ସମେତ ମୋଟ୍ ୬୨୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ରହିଛି। ଆଜି ୨୦୮ ଥାନା ଅଧୀନସ୍ଥ ୨୪,୫୮୦ ପୋଲିଂ ବୁଥ୍ରେ ଭୋଟ୍ ଗ୍ରହଣ ହୋଇଥିଲା। ପିଲିଭିଟରେ ୬୧.୩୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଖେରିରେ ୬୨.୪୨ ପ୍ରତିଶତ, ସୀତାପୁରରେ ୫୮.୩୯ ପ୍ରତିଶତ, ହରଦୋଇରେ ୫୫.୨୯ ପ୍ରତିଶତ, ଉନ୍ନାଓରେ ୫୪.୦୫ ପ୍ରତିଶତ, ଲକ୍ଷ୍ନୌରେ ୫୫.୦୮ ପ୍ରତିଶତ, ରାଏବରେଲିରେ ୫୮.୪୦ ପ୍ରତିଶତ, ବାନ୍ଦାରେ ୫୭.୫୪ ପ୍ରତିଶତ ଏବଂ ଫତେପୁରରେ ୫୭.୦୨ ପ୍ରତିଶତ ମତଦାନ ହୋଇଛି।
ୟୁପି: ଚତୁର୍ଥ ପର୍ଯ୍ୟାୟରେ ୫୯.୨୩% ମତଦାନ
/sambad/media/post_attachments/wp-content/uploads/2022/02/voters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)