ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବା ଆଇପିଏସ୍‌ ଅଧିକାରୀ ମୃତ

ଲକ୍ଷ୍ନୌ: ବିଷ ପିଇ କାନପୁରର ଏକ ବେସରକାରୀ ହସ୍ପିଟାଲ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଉତ୍ତରପ୍ରଦେଶର ୩୦ ବର୍ଷିଅ ଆଇପିଏଏସ୍‌ ଅଧିକାରୀଙ୍କର ରବିବାର ମୃତ୍ୟୁ ଘଟିଛି। ଏହି ଆଇପିଏସ୍‌ ଅଧିକାରୀ ଜଣକ ହେଉଛନ୍ତି ୨୦୧୪ ମସିହା ବ୍ୟାଚ୍‌ର ସୁରେନ୍ଦ୍ର କୁମାର ଦାସ। ସେ କାନପୁରରେ ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ଭାବେ ନିଯୁକ୍ତି ପାଇଥିଲେ। ବୁଧବାର ସେ କିଛି ବିଷଯୁକ୍ତ ସାମଗ୍ରୀ ଖାଇବା ପରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କାନପୁରର ଏକ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଆଇପିଏସ୍‌ ସୁରେନ୍ଦ୍ରଙ୍କ ଚିକିତ୍ସା କରୁଥିଲେ ଡାକ୍ତର ରଜେଶ ଅଗ୍ରଓ୍ଵାଲ୍‌। ଡାକ୍ତର ଅଗ୍ରଓ୍ଵାଲ୍‌ଙ୍କ କହିବା ଅନୁଯାୟୀ ବିଷ ପିଇବା ପରେ ସୁରେନ୍ଦ୍ରଙ୍କର ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଯାଇଥିଲା। ଯାହା ଫଳରେ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହେଲା ନାହିଁ।

ସୁରେନ୍ଦ୍ରଙ୍କ ଅସୁସ୍ଥତେ ଖବର ପାଇ ରାଜ୍ୟର ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ଫୁଲିସ୍‌(ଡିଜିପି) ଶୁକ୍ରବାର ହସ୍ପିଟାଲ୍‌ରେ ଉପସ୍ଥିତ ହୋଇଥିଲେ। ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳୀର ସୁଅ ଛୁଟିଛି।

ଏହି ଯୁବ ଆଇପିଏସ୍‌ ଅଧିକାରୀଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର