ମିରଟ: ଉତ୍ତରପ୍ରଦେଶର ଜେଲ୍ମାନଙ୍କରେ ସବୁଠୁ ଅଧିକ ସଂଖ୍ୟକ ଇଞ୍ଜିନିୟର୍ ଏବଂ ସ୍ନାତକୋତ୍ତର ଡିଗ୍ରିଧାରୀ କଏଦୀ ଥିବା କଥା ‘ଏନ୍ସିଆର୍ବି’ର ‘କ୍ରାଇମ୍ ଇନ୍ ଇଣ୍ଡିଆ’ ୨୦୧୯ ରିପୋର୍ଟରୁ ଜଣାପଡ଼ିଛି।
ଉତ୍ତରପ୍ରଦେଶର ଜେଲ୍ମାନଙ୍କରେ ଥିବା ସମୁଦାୟ ୩, ୭୪୦ କଏଦୀଙ୍କ ମଧ୍ୟରୁ ୭୨୭ଜଣ ବା ୨୦%ଙ୍କର ଟେକ୍ନିକାଲ୍ ଡିଗ୍ରି ଅଥବା ଇଂଞ୍ଜିନିୟରିଙ୍ଗ୍ରେ ଡିପ୍ଲୋମା ରହିଛି। ସେହିଭଳି ମହାରାଷ୍ଟ୍ର ଜେଲ୍ମାନଙ୍କରେ ୪୯୫ଜଣ ଏବଂ କର୍ଣ୍ଣାଟକ ଜେଲ୍ମାନଙ୍କରେ ୩୬୨ ଜଣ ଇଞ୍ଜିନିୟର୍ କଏଦୀ ଅଛନ୍ତି।
ଏହା ବ୍ୟତିରେକେ, ସମଗ୍ର ଦେଶର ଜେଲ୍ରେ ଥିବା ୫,୨୮୨ଜଣ ସ୍ନାତକୋତ୍ତର କଏଦୀଙ୍କ ମଧ୍ୟରୁ ୨,୦୧୦ ଜଣ ସ୍ନାତକୋତ୍ତର ଅଛନ୍ତି ଉତ୍ତରପ୍ରଦେଶର ଜେଲ୍ମାନଙ୍କରେ। ଏହା ମଧ୍ୟ ଦେଶରେ ସବୁଠୁ ଅଧିକ।
Image Courtesy of India Timesଉତ୍ତରପ୍ରଦେଶ କାରାଗାର ମହାନିର୍ଦେଶକ ଆନନ୍ଦ କୁମାରଙ୍କ କହିବା ଅନୁସାରେ, ବୈଷୟିକ ପାଠ୍ୟକ୍ରମରେ ସ୍ନାତକ ହାସଲ କରିଥିବା ଅଧିକାଂଶ ଯୌତୁକ ଏବଂ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କିଂବା ବିଚାରର ସମ୍ମୁଖୀନ ହେଉଛନ୍ତି। ଆହୁରି ଅଳ୍ପ କେତେଜଣ ଆର୍ଥିକ ଅପରାଧୀ ଭାବେ ଅଭିଯୁକ୍ତ ହୋଇଛନ୍ତି।
ଭାରତୀୟ ଜେଲ୍ମାନଙ୍କରେ ଥିବା ପ୍ରାୟ ୩, ୩୦, ୪୮୭ କଏଦୀଙ୍କ ମଧ୍ୟରୁ ୧.୬୭% ସ୍ନାତକୋତ୍ତର ହୋଇଥିବା ବେଳେ ୧.୨% ହେଉଛନ୍ତି ଇଞ୍ଜିନିୟର୍। କିନ୍ତୁ, ଜେଲ୍ ପରିସରରେ ସେମାନଙ୍କର ଦକ୍ଷତାର ସଦ୍ବ୍ୟବହାର କରାଯାଉଛି।
ମହାନିର୍ଦେଶକ କହିଛନ୍ତି, ଇଞ୍ଜିନିୟରିଙ୍ଗ୍ କିଂବା ବୈଷୟିକ ପୃଷ୍ଠଭୂମି ଥିବା କଏଦୀମାନେ ଜେଲ୍ମାନଙ୍କରେ ପ୍ରଯୁକ୍ତିବିଦ୍ୟା ଉନ୍ନତ କରିବାରେ ସହାୟତା କରୁଛନ୍ତି। ଉଦାହରଣସ୍ବରୂପ, ଅନେକ ଦକ୍ଷ ଇଞ୍ଜିନିୟର୍ ଜେଲ୍ରେ ଇ-ପ୍ରିଜନ୍ ମୋଡ୍ୟୁଲ୍ ବିକଶିତ କରିଛନ୍ତି, ଅନ୍ୟ କେତେକ ଜେଲ୍ ଇଭେଣ୍ଟ୍ରି ସିଷ୍ଟମ୍ର କମ୍ପ୍ୟୁଟରିକରଣ କରିବାରେ ସହାୟତା କରିଛନ୍ତି। ପରିସର ମଧ୍ୟରେ ଜେଲ୍ ରେଡିଓ ସ୍ଥାପନ କରିବାରେ ମଧ୍ୟ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆହୁରି ଅନେକ ଶିକ୍ଷକ ହୋଇ ଇ-ସାକ୍ଷରତା କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/up-jails-tech.jpg)