ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦ ନିର୍ଯାତନା ଦେଇଥିବା ଅଭିଯୋଗ କରି ନିଖୋଜ ହୋଇଥିବା ଉତ୍ତର ପ୍ରଦେଶ ଆଇନ ଛାତ୍ରୀ ରାଜସ୍ଥାନରୁ ଉଦ୍ଧାର

ନୂଆଦିଲ୍ଲୀ: ଗତ ଶନିବାର ଠାରୁ ନିଖୋଜ ହୋଇଥିବା ଉତ୍ତର ପ୍ରଦେଶର ଜଣେ ଆଇନ ଛାତ୍ରୀଙ୍କୁ ରାଜସ୍ଥାନରୁ ଉଦ୍ଧାର କରାଯାଇଛି। ଉତ୍ତର ପ୍ରଦେଶ ପୁଲିସ ଟିମ୍‌ ତାଙ୍କୁ ଆଜି ସକାଳେ ରାଜସ୍ଥାନରେ ଧରିଛି। ତାଙ୍କ ସହ ତାଙ୍କର ଜଣେ ବନ୍ଧୁ ଥିଲେ।

ସେ ରାଜସ୍ଥାନରେ ଥିବା କଥା ନିଶ୍ଚିତ ହେବାପରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ଦିନ ଟୁଇଟ୍‌ କରିଥିଲା, ଶାହାଜାହାନପୁର ଘଟଣାରେ ସମ୍ପୃକ୍ତ ଝିଅଟିକୁ ଶାହାଜାହାନପୁର ପୁଲିସ ତାଙ୍କର ଜଣେ ବନ୍ଧୁଙ୍କ ସହ ରାଜସ୍ଥାନରେ ଠାବ କରିଛି। ଆବଶ୍ୟକ ଆଇଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ତାଙ୍କୁ ଯୌନଉତ୍ପୀଡ଼ନ ଦେଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଭିଡିଓ ଅପ୍‌ଲୋଡ୍‌ କରିବାର ଦିନକ ପରେ ସେ ନିଖୋଜ ହୋଇଯାଇଥିଲେ।

Image Source: Eng Jagaran

ସେ ଚିନ୍ମୟାନନ୍ଦ ଟ୍ରଷ୍ଟ୍‍ ପରିଚାଳିତ ଏକ କଲେଜରେ ଆଇନ୍‌ ପଢ଼ନ୍ତି।

ଭିଡିଓରେ ସେ ଅଭିଯୋଗ କରିଥିଲେ କି, ଚିନ୍ମୟାନନ୍ଦ ତାଙ୍କ ସମେତ ଅନେକ ଝିଅଙ୍କ ଜୀବନ ନଷ୍ଟ କରିଛନ୍ତି। ତାଙ୍କ ନିକଟରେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ସବୁ ପ୍ରମାଣ ରହିଛି ବୋଲି ସେ ଦାବି କରିଥିଲେ। ସେ ଖୁବ୍‌ କ୍ଷମତାଶାଳୀ ହୋଇଥିବାରୁ ଜିଲ୍ଲାପାଳ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ନାହିଁ।

ସମ୍ବନ୍ଧିତ ଖବର