ଉତ୍ତର ପ୍ରଦେଶ ଲୋକସଭା ଉପନିର୍ବାଚନର ଭୋଟ ଗଣତି: ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଅନ୍ତର୍ଗତ ଫୁଲପୁର ଏବଂ ଗୋରଖପୁର ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି।

ମିଳିଥିବା ସର୍ବଶେଷ ତଥ୍ୟ ଅନୁସାରେ, ଗୋରଖପୁର ଆସନରେ ସମାଜବାଦୀ ପାର୍ଟିର ପ୍ରବୀଣ କୁମାର ନିଷାଦ ୯୯, ୫୫୭ ଖଣ୍ଡ ଭୋଟ୍‌ ପାଇ ବିଜେପିର ଉପେନ୍ଦ୍ର ଦତ୍ତ ଶୁକ୍ଳଙ୍କ ଠାରୁ ୧୨, ୨୩୧ ଭୋଟ୍‌ରେ ଆଗୁଆ ଅଛନ୍ତି।

ଆଠ ରାଉଣ୍ଡ୍‌ ଭୋଟ୍‌ ଗଣତି ପରେ ଫୁଲପୁର ଆସନରେ ସମାଜବାଦୀ ପାର୍ଟିର ନଗେନ୍ଦ୍ର ପ୍ରତାପ ସିଂହ ପଟେଲ୍‌ ୧୨, ୨୩୧ ଖଣ୍ଡ ଭୋଟ୍‌ ପାଇ ୯୯, ୫୫୭ ଭୋଟ୍‌ରେ ପିଜେପିର କୌଶଳେନ୍ଦ୍ର ସିଂହ ପଟେଲ୍‌ଙ୍କ ଠାରୁ ଆଗରେ ରହିଛନ୍ତି। କୌଶଳେନ୍ଦ୍ର ପାଇଛନ୍ତି ୮୭, ୩୨୬ ଖଣ୍ଡ ଭୋଟ୍‌।
ଆରାରିଆ ଲୋକସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ପଛରେ ପଡ଼ିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର