ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ବିଧାନସଭା ଗେଟ ସାମ୍ନାରେ ଜଣେ ସବ-ଇନ୍ସପେକ୍ଟର ନିଜକୁ ନିଜ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି।
ସୂଚନାଯୋଗ୍ୟ, ଏସଆଇ ନିଜର ସର୍ଭିସ ରିଭଲବରରୁ ଗେଟ ନମ୍ବର ୭ର ଠିକ ସାମ୍ନାରେ ନିଜ ଉପରକୁ ଗୁଳି ଚଳାଇଥିଲେ। କେହି କିଛି ବୁଝିବା ପୂର୍ବରୁ ଏହି ଗୁଳି ଫୁଟି ଯାଇଥିଲା। ଆଉ ଏସଆଇଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
ମୃତ ଏସଆଇଙ୍କ ନାମ ନିର୍ମଳ ଚୌବେ ବୋଲି ଜଣାପଡ଼ିଛି। ସେ ୮୭-୮୮ ବ୍ୟାଚର ସବ-ଇନ୍ସପେକ୍ଟର ଥିଲେ। ନିର୍ମଳ ଚୌବେ ବନ୍ଥରା ଥାନାରେ ନିୟୋଜିତ ଥିଲେ। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ସେଠାରେ ତାଙ୍କର ଡିୟୁଟି ପଡ଼ିଥିଲା। ସେଥିପାଇଁ ସେ ଉକ୍ତ ଗେଟ ନିକଟରେ ଥିଲେ।
/sambad/media/post_attachments/wp-content/uploads/2021/03/new-project-7_1614854502-300x225.jpg)
/sambad/media/post_attachments/wp-content/uploads/2021/03/new-project-6_1614854512-300x225.jpg)
ଗୁଳି ଶବ୍ଦ ଶୁଣି ସୁରକ୍ଷାକର୍ମୀ ଦୌଡ଼ି ଆସିଥିଲେ। ଘଟଣାସ୍ଥଳରେ ସବ-ଇନ୍ସପେକ୍ଟ ନିର୍ମଳ ଚୌବେଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ନିର୍ମଳଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଅନେକ ଅଧିକାରୀ ଓ ଏଡିଏସପି ପହଞ୍ଚିଥିଲେ।
ଘଟଣାସ୍ଥଳରେ ଲାଗିଥିବା ସିସିଟିଭ ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ ନିର୍ମଳ ଚୌବେ ନିଜକୁ ନିଜ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ସବ-ଇନ୍ସପେକ୍ଟରଙ୍କ ନିକଟରୁ ଏକ ସୁଇସାଇଡ ନୋଟ ସହିତ ରିଭଲବର ଜବତ ହୋଇଛି। ଜବତ ହୋଇଥିବା ସୁଇସାଇଡ ନୋଟରେ ନିର୍ମଳ ଚୌବେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ‘ମୋର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ଅଛି। ତୁମେ ମୋ ପରିବାରର ଯତ୍ନ ନେବ, ମୁଁ ଦୁନିଆ ଛାଡି ଯାଉଛି ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/new-project-9_1614854584.jpg)