ଟ୍ରେନ୍‌ରୁ ପଡ଼ିଯିବା ପରେ ବାହାରି ଆସିଲା ଅନ୍ତବୁଜୁଳା, ପେଟରେ କପଡ଼ା ବାନ୍ଧି ୯ କିମି ବାଟ ଘୋଷାଡ଼ି ହୋଇ ଯିବା ପରେ ବି ଜୀବିତ ରହିଲେ ସାହସୀ ଯାତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯାତ୍ରୀ ଟ୍ରେନ୍‌ରୁ ଖସି ପଡ଼ିବା ପରେ ଗୁରୁତର ଅବସ୍ଥାରେ ୯ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍‌ ସହ ଘୋଷାଡ଼ି ହୋଇ ଯାଇଥିବା ସୂଚନା ରହିଛି। ବ୍ୟକ୍ତି ଜଣକ ଟ୍ରେନ୍‌ରୁ ଖସିପଡ଼ିବା ପରେ ତାଙ୍କ ପେଟ ଫାଟି ଅନ୍ତବୁଜୁଳା ବାହାରକୁ ବାହିରି ଆସିଥିଲା। ମାତ୍ର ସାହସୀ ବ୍ୟକ୍ତି ଜଣକ ତାଙ୍କ ପେଟରେ ଏକ କପଡ଼ା ବାନ୍ଧି ନିଜ ଜୀବନ ସହ ଲଢ଼େଇ କରିଥିଲେ। ପରବର୍ତ୍ତୀ ଷ୍ଟେସନ୍‌ ଆସିବା ପର୍ଯ୍ୟନ୍ତ ୯ କିମିର ରାସ୍ତା ବ୍ୟକ୍ତି ଜଣକ ପ୍ରାୟ ଅଢ଼େଇ ଘଣ୍ଟା ଧରି ଟ୍ରେନ୍‌ରେ ଘୁଷୁରି ଘୁଷୁରି ଯାଇଥିବା ସୂଚନା ରହିଛି।

Latestly.com

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ପୀଡ଼ିତ ସୁନୀଲ ଚୌହ୍ଵାନ ସଂଘମିତ୍ରା ଏକ୍ସପ୍ରେସ୍‌ରେ ଆନ୍ଧ୍ରପ୍ରଦେଶ ଯାତ୍ରା କରୁଥିଲେ। ସୋମବାର ଅପରାହ୍ନ ୨ଟା ସମୟରେ ଟ୍ରେନ୍‌ଟି ତେଲେଙ୍ଗାନାର ଉପଲ ଷ୍ଟେସନ୍‌ ପାର୍‌ କରିବା ପରେ ସୁନୀଲ ପରିଶ୍ରା କରିବାକୁ ଯାଉଥିବା ବେଳେ ଟ୍ରେନ୍‌ ଦ୍ୱାର ଦେଇ ବାହାରକୁ ଖସି ପଡ଼ିଥିଲେ। ତାଙ୍କ ଶରୀର ଟ୍ରେନ୍‌ରେ ଲାଗି ଯାଇଥିଲା ଓ ସେ ଘୋଷାଡ଼ି ହୋଇ ହସନପାର୍ଥି ଷ୍ଟେସନ୍‌ ପର୍ଯ୍ୟନ୍ତ ଯିବା ପରେ ସେଠାକାର ଷ୍ଟେସନ୍‌ ମାଷ୍ଟର ତାଙ୍କୁ ଦେଖିବାକୁ ପାଇଥିଲେ। ଫଳରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିବାରୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଛି। ତାଙ୍କ ଅବସ୍ଥା ହେବେ ବିପଦଶୂନ୍ୟ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର