କାର୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ କଟିଲା ଚାଲାଣ!

ବରେଲି : ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦେଶର ବିଭିନ୍ନ କୋଣରୁ ଆଦାୟ ହେଉଥିବା ଜରିମାନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ସ୍କୁଟି ଚାଳକ ୨୩,୦୦୦ଟଙ୍କା ଦେବା ହେଉ ବା ଜଣେ ଟ୍ରକ୍‌ ଚାଳକ ୫୯,୦୦୦ଟଙ୍କା ଦେବା ହେଉ, ଏ ସବୁ ଖବର ଲୋକଙ୍କ ନିଦ ହଜାଇ ଦେଇଛି । ତେବେ ଏ ସବୁ ମଧ୍ୟରେ ବରେଲିରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ କାର୍‌ ଚାଳକ ଗାଡ଼ି ଚଳାଉଥିବା ବେଳେ ହେଲ୍‌ମେଟ୍‌ ନ ପିନ୍ଧିଥିବାରୁ ତାଙ୍କର ଚାଲାଣ କଟାଯାଇଥିବା ଭଳି ଅଜବ ଖବର ସାମ୍ନାକୁ ଆସିବା ପରେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

Image result for Another Man Has Been Challaned, This One, For Reportedly Not Wearing A Helmet Inside A Car!
India Today

ଖବରଟି ବିଶ୍ୱାସ କରିବାକୁ କଷ୍ଟ ହେଉଥିଲେ ମଧ୍ୟ ସତ । କାର୍‌ରେ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ଚାଳକଙ୍କ ୫୦୦ଟଙ୍କାର ଚାଲାଣ କଟିଥିଲା ବୋଲି ଜଣା ପଡ଼ିଛି । ଚାଳକଙ୍କ ନାଁ ଅନିଜ୍‌ ନରୁଲା ବୋଲି ଜଣା ପଡ଼ିଥିବା ବେଳେ ଅନ୍‌ଲାଇନ୍‌ ତାଙ୍କୁ ଚାଲାଣ କଟିଥିବାର ମେସେଜ୍‌ ମିଳିଥିଲା । ଜୁଲାଇ ୨୬ରେ ତାଙ୍କର ଏହି ଚାଲାଣ କଟିଥିବା ବେଳେ ଏଭଳି ଅଜବ ମେସେଜ୍‌ ପାଇ ସେ ଟ୍ରାଫିକ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହା କିଭଳି ସମ୍ଭବ ବୋଲି ଅନିଜ୍‌ ପଚାରିବା ପରେ ସିଭିଲ୍‌ ପୁଲିସ ସିଟ୍‌ ବେଲ୍‌ଟ ସ୍ଥାନରେ ଭୁଲରେ ହେଲ୍‌ମେଟ୍‌ ପାଇଁ ଚାଲାଣ କାଟି ଥାଇ ପାରନ୍ତି ବୋଲି କହିଥିଲେ ବରିଷ୍ଠ ପୁଲିସ ଅଧିକାରୀ ।

ସମ୍ବନ୍ଧିତ ଖବର