ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ୨୦ ବର୍ଷିୟ ଯୁବକ ଟିକେଟ ଦାମ୍‌ କଥାରେ ବିବାଦ କରି ଜଣେ ବସ୍‌ କଣ୍ଡକ୍ଟର୍‌ଙ୍କୁ ମାଂସକଟା ଛୁରିରେ ଆକ୍ରମଣ କରିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।

Advertisment

ଅଭିଯୁକ୍ତ ଅପରାଧ ସ୍ବୀକାର କରିଥିବା କଥା ଉତ୍ତୋଳିତ ଭିଡିଓରେ ଦେଖାଯାଉଛି। ସେଥିରେ ସେ କହୁଛନ୍ତି ଯେ,  ‘ପ୍ରଫେଟ୍‌’ ବା ମହାପୁରୁଷ ମହମ୍ମଦ୍‌ଙ୍କୁ ଅପମାନ ଦେବାରୁ କଣ୍ଡକ୍ଟର୍‌ଙ୍କୁ ଆକ୍ରମଣ କରିଛନ୍ତି।

ପ୍ରୟାଗରାଜ ପୁଲିସ କହିଛି, ଶୁକ୍ରବାର ସକାଳେ ଏହି ଘଟଣା ଘଟିଛି। ଅଭିଯୁକ୍ତ ପ୍ରଥମ ବାର୍ଷିକୀ ଇଞ୍ଜିନିୟରିଙ୍ଗ୍‌ ଛାତ୍ର ୨୦ ବର୍ଷିୟ ଲାରେବ୍‌ ହାସ୍‌ମି ବସ୍‌ ଟିକେଟ୍‌ ଦରକୁ ନେଇ ୨୪ ବର୍ଷିୟ କଣ୍ଡକ୍ଟର୍‌ ହରିକେଶ ବିଶ୍ବକର୍ମାଙ୍କ ସହିତ ଝଗଡ଼ା କରିଥିଲେ। ପରେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ହାସ୍‌ମି କଂସେଇମାନେ ମାଂସ କାଟିବା ପାଇଁ ବ୍ୟବହାର କରୁଥିବା ଛୁରିରେ ବିଶ୍ବକର୍ମାଙ୍କୁ ଆକ୍ରମଣ କରିଥିଲେ। ଛୁରି ଆଘାତରେ ବିଶ୍ବକର୍ମାଙ୍କ ବେକ ଓ ଦେହର ଅନ୍ୟାନ୍ୟ ଅଂଶ କ୍ଷତାକ୍ତ ହୋଇଛି।

publive-image Image Courtesy of AsianetNewsableHindi

ତା’ପରେ ହାସ୍‌ମି ବସ୍‌ରୁ ଡେଇଁପଡ଼ି ଲୁଚିବା ପାଇଁ କଲେଜ୍‌ କ୍ୟାମ୍ପସ୍‌କୁ ଚାଲିଗଲେ। କଲେଜ୍‌ରେ ହାସ୍‌ମି ପ୍ରସ୍ତୁତ କରିଥିବା ଭିଡିଓରେ ଅପରାଧ ସ୍ବୀକାର କରିବା ସହିତ କଣ୍ଡକ୍ଟର୍‌ ଈଶନିନ୍ଦା କରିବା ଓ ମହାପୁରୁଷ ମହମ୍ମଦ୍‌ଙ୍କୁ ଅପମାନ ଦେଇଥିବା ଅଭିଯୋଗ କରିଛନ୍ତି। କଣ୍ଡକ୍ଟର୍‌ଙ୍କୁ ଆକ୍ରମଣ କରିଥିବା ଛୁରିଟି ମଧ୍ୟ ସେ ଭିଡିଓରେ ଦେଖାଉଛନ୍ତି।

ଆହତ କଣ୍ଡକ୍ଟର୍‌ ବିଶ୍ବକର୍ମାଙ୍କୁ ଡ୍ରାଇଭର୍‌ ମଙ୍ଗଳ ଯାଦବ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ।

ଘଟଣା ସଂକ୍ରାନ୍ତରେ ଖବର ପାଇ ପୁଲିସ କଲେଜରେ ଆତ୍ମଗୋପନ କରିଥିବା ହାସ୍‌ମିଙ୍କୁ ଧରିବାକୁ ଯାଇଥିଲେ। ଆକ୍ରମଣରେ ବ୍ୟବହୃତ ଛୁରିଟିକୁ ଜବତ କରିବା ଲାଗି ପୁଲିସ ତାଙ୍କୁ ନେଉଥିବା ବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲେ ବୋଲି କୁହାଯାଉଛି। କିନ୍ତୁ, ପୁଲିସ ପାଲଟା ବନ୍ଧୁକ ଚଳାଇବାରୁ ହାସ୍‌ମିଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଆହତ ହାସ୍‌ମିଙ୍କୁ ଗିରଫ କରିବା ସହିତ ପୁଲିସ ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।