ଇସ୍ଲାମ୍ମବାଦ୍: ପ୍ରେମ ପାଇଁ ଏଲଓସି ଡେଇଁଲେ ୟୁପି ଯୁବକ । ପାକିସ୍ତାନୀ ମହିଳାଙ୍କ ସହ ଅନଲାଇନରେ ବନ୍ଧୁତା ପରେ ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ ଉତ୍ତରପ୍ରଦେଶର ଯୁବକ । ହେଲେ ସୀମା ଡେଇଁବା ତାଙ୍କୁ ମହଙ୍ଗା ପଡ଼ିଛି । ଭାରତର ୩୦ ବର୍ଷୀୟ ଯୁବକଙ୍କୁ ବାହାଘର ନିଶା ପାକିସ୍ତାନରେ ଜେଲରେ ପୂରାଇ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଅନଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।
ତେବେ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍ ଗିରଫ କରିଛି । ବାବୁ ଗିରଫ ହେବା ପରେ ତାଙ୍କ ପ୍ରେମ କାହାଣୀ ପୁଲିସକୁ କହିଥିଲେ । ହେଲେ ବେଆଇନ ଭାବେ ସେ ପାକିସ୍ତାନରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଜାନୁଆରୀ ୧୦ ଯାଏ ପୁଲିସ୍ ହେପାଜତକୁ ପଠାଇ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/03/BIsQriiPVwBmajHXZ9EH.jpg)