ରାମପୁର: ଉତ୍ତର ପ୍ରଦେଶର ରାମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ପୁଅ ପାଇଁ ବାହାଘର ଲାଗିଥିବା ଝିଅକୁ ବିବାହ କରିଛନ୍ତି ଭାବି ଶଶୁର। ପୁଅ ପାଇଁ ବିବାହ ପ୍ରସ୍ତାବ ପଡ଼ିବା ପରେ ଭାବି ବୋହୂର ଘରବୁ ବାରବାର ଯିବା ଫଳରେ ପ୍ରେମରେ ପଡ଼ିଥିଲେ ବ୍ୟକ୍ତି ଜଣକ।
ଶକିଲ ନାମକ ବ୍ୟକ୍ତି ପ୍ରଥମେ ତାଙ୍କ ନାବାଳକ ପୁଅର ବିବାହ ଜଣେ ଯୁବତୀଙ୍କ ସହ ସ୍ଥିର କରିଥିଲେ। ପରବର୍ତ୍ତୀ ସମୟରେ ସେ ଉକ୍ତି ଯୁବତୀଙ୍କ ସହ ଫୋନ୍ରେ ଗପିବା ଆରମ୍ଭ କଲେ। ପରିବାର ଲୋକ ବିରୋଧ କରିବାରୁ ବ୍ୟକ୍ତି ଜଣକ ପତ୍ନୀ ଓ ପୁଅକୁ ମାଡ଼ ମାରିଥିଲେ ବୋଲି ଶବାନା ଅଭିଯୋଗ କରିଛନ୍ତି।
ଶକିଲଙ୍କ ସହିତ ଛଅଟି ସନ୍ତାନ ଥିବା ଶବାନା କହିଛନ୍ତି ଯେ ତାଙ୍କର ଏ ଗୁଣ ଆଗରୁ ବି ରହିଛି। ପୂର୍ବରୁ ମଧ୍ୟ ସକିଲଙ୍କୁ ଶବାନା ଦୁଇ ଥର ଅନ୍ୟ ମହିଳାଙ୍କ ସହ ଧରିଥିଲେ।
"ସେ ସାରା ଦିନ ତାଙ୍କୁ ଭିଡିଓ କଲ୍ କରୁଥିଲେ। ପ୍ରଥମେ କେହି ମୋ କଥାରେ ବିଶ୍ୱାସ କଲେ ନାହିଁ। ତା'ପରେ ମୁଁ ଏବଂ ମୋ ପୁଅ ସେମାନଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଥିଲୁ," ବୋଲି ସେ ଗଣମାଧ୍ୟମକୁ କହିଥିଲେ।
ସେ କହିଛନ୍ତି ଯେ ତାଙ୍କ ବାପାଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ତାଙ୍କ ୧୫ ବର୍ଷୀୟ ପୁଅ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲା।
ତାଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ତାଙ୍କ ଜେଜେବାପା ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ଏବଂ ସେମାନେ ତାଙ୍କୁ ବିବାହ କରିବାରେ ସାହାଯ୍ୟ କରିଥିଲେ।
ସେ କହିଛନ୍ତି ଯେ ଶକିଲ ୨ ଲକ୍ଷ ଟଙ୍କା ନଗଦ ଏବଂ ପ୍ରାୟ ୧୭ ଗ୍ରାମ ସୁନା ଧରି ଘରୁ ବାହାରି ଆସିଥିଲେ ଏବଂ ତାଙ୍କୁ ବିବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/20/e067d639-7641-413a-8c4e-9c503e4beb15-2025-06-20-15-33-02.jpg)