ମାସକୁ ୧୭୮ୟୁନିଟ୍‌ ବିଜୁଳି ବ୍ୟବହାର କରୁଥିବା ଯୁବକଙ୍କ ପାଖକୁ ଆସିଲା ୨୩କୋଟି ଟଙ୍କାର ମାସିକ ବିଜୁଳି ବିଲ୍‌

ଲକ୍ଷ୍ନୌ : ମାସକ ଯାକ ବିଜୁଳି ବ୍ୟବହାର କରି ମାସ ଶେଷରେ ବ୍ୟବହାର କରିଥିବା ବିଜୁଳି ପାଇଁ ଟଙ୍କା ଦେବାକୁ ପଡ଼ିଥାଏ । ଅଧିକ ଟଙ୍କା ଆସିଯିବା ଡ଼ରରେ କିଛି ଲୋକ ଦେଖି ଚାହିଁ ବିଜୁଳିର ବ୍ୟବହାର କରିଥାନ୍ତି । ଘରେ ଲାଗିଥିବା ମିଟରକୁ ବାରମ୍ବାର ଚେକ୍‌ କରିବା ସହ କେତେ ଟଙ୍କା ହେଲା ତାହା ହିସାବ  କରିଥାନ୍ତି । କିଛି ଲୋକ ଏମିତି ମଧ୍ୟ ଅଛନ୍ତି, ଯେଉଁମାନେ ବିଲ୍‌ କଥା ଚିନ୍ତା ନ କରି ବିଜୁଳି ବ୍ୟବହାର କରି ଚାଲିଥାନ୍ତି। ମାସ ଶେଷରେ ତାଙ୍କୁ ବିଲ୍‌ ମିଳିବା ପରେ ସେ କେତେ ବିଜୁଳି ବ୍ୟବହାର କରିଛନ୍ତି,ତାହା ଜାଣନ୍ତି ।

କିନ୍ତୁ ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ଯାହା ଘଟିଛି ତାହା ବିଶ୍ୱାସ କରିବା ଅସମ୍ଭବ । ମାସ ଶେଷରେ ଉତ୍ତରପ୍ରଦେଶରେ ରହୁଥିବା ଅବ୍‌ଦୁଲ ବସିତୁଜ୍‌ଙ୍କୁ ୨୩କୋଟି ଟଙ୍କାର ମାସିକ ବିଜୁଳି ବିଲ୍‌ ମିଳିବା ପରେ ତାଙ୍କର ହୋସ ଉଡ଼ି ଯାଇଥିଲା । ହଜାର କି ଲକ୍ଷ ନୁହେଁ ଏକା ଥରକେ ୨୩କୋଟିର ବିଜୁଳି ବିଲ୍‌ ପାଇ ସେ ପ୍ରଥମେ ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲେ । ଅବ୍‌ଦୁଲ ନିଜ ଘରେ ୨କିଲୋଓ୍ଵାଟ୍‌ର ବିଜୁଳି ସଂଯୋଗ କରିଥିବା ବେଳେ ତାଙ୍କ ପାଖକୁ ୨୩କୋଟି ଟଙ୍କାର ବିଲ୍‌ ଆସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Indiatimes.com

ମାସକୁ ୧୭୮ୟୁନିଟ୍‌ର ବିଜୁଳି ବ୍ୟବହାର କରି ୨୩କୋଟି ଟଙ୍କାର ବିଲ୍‌ ପାଇବା ପରେ ସେ କହିଛନ୍ତି, ମୋତେ ଲାଗୁଛି ସାରା ଉତ୍ତରପ୍ରଦେଶର ବିଜୁଳି ବିଲ୍‌ ମୋତେ ଦେଇ ଦିଆ ଯାଇଛି । ମୁଁ ମୋ ସାରା ଜୀବନ ଖଟି କାମ କଲେ ମଧ୍ୟ ଏତେ ଟଙ୍କା ଦେଇ ପାରିବି ନାହିଁ । ଅନ୍ୟ ପକ୍ଷରେ ଅବ୍‌ଦୁଲକୁ ଦିଆ ଯାଇଥିବା ବିଲ୍‌ର ଭଲ ଭାବରେ ଯାଞ୍ଚ ହେବା ପରେ ତାଙ୍କଠାରୁ ଟଙ୍କା ନିଆଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାଦବ ଅହମଦ୍‌ । ବିଲ୍‌କୁ ବଦଳାଯାଇ ଲଗା ଯାଇଥିବା ମିଟରର ଭଲ ଭାବରେ ଯାଞ୍ଚ କରାଯିବ । ଯାଞ୍ଚ ପରେ ଯେଉଁ ନୂଆ ବିଲ୍‌ ଆସିବ,ସେତିକି ରାଶି ଅବ୍‌ଦୁଲଙ୍କୁ ଦେବାକୁ ପଡ଼ିବ ବୋଲି କାଶାଦବ କହିଛନ୍ତି ।

ସମ୍ବନ୍ଧିତ ଖବର