ୟୁପି: ସ୍ୱାମୀଙ୍କ ପସନ୍ଦ ବିରୁଦ୍ଧରେ ଭୋଟ୍‌ ଦେଇଥିବାରୁ ପତ୍ନୀଙ୍କୁ ମାଡ଼ ସହ ଛାଡ଼ପତ୍ର ଧମକ; ହସ୍ତକ୍ଷେପ କଲେ ଏନ୍‌ସିଡବ୍‌ଲ୍ୟୁ

ଲକ୍ଷ୍ନୌ: ସଦ୍ୟସମାପ୍ତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନ ସମୟରେ ଜଣେ ବ୍ୟକ୍ତି ତାଙ୍କ ପସନ୍ଦ ବିରୁଦ୍ଧରେ ଭୋଟ୍‌ ଦେଇଥିବାରୁ ତାଙ୍କ ପତ୍ନୀଙ୍କୁ ପିଟିବା ସହ ଘରୁ ତଡ଼ି ଦେଇଛନ୍ତି।
ଏହି ଘଟଣା ସଂପର୍କରେ ପୀଡ଼ିତା ମହିଳା ଜଣକ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍‌ଲ୍ୟୁ)ଙ୍କ ନିକଟରେ ଅଭିଯୋଗ କରିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୋମବାର ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ)ର ଅଧ୍ୟକ୍ଷା ରେଖା ଶର୍ମା ସୋମବାର ଉତ୍ତରପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଚିଠି ଲେଖି ପତ୍ନୀଙ୍କୁ ପିଟିବା ଏବଂ ନିଜ ପସନ୍ଦର ରାଜନୈତିକ ଦଳକୁ ଭୋଟ୍‌ ନଦେବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ପରିବାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Image Courtesy: News18

ଘଟଣାରୁ ପ୍ରକାଶ, ଉତ୍ତରପ୍ରଦେଶ ବରେଲିର ଜଣେ ବିବାହିତ ମୁସଲମାନ ମହିଳାଙ୍କୁ ତାଙ୍କ ସ୍ୱାମୀ ତାଙ୍କ ପସନ୍ଦ ନଥିବା ଏକ ରାଜନୈତିକ ଦଳକୁ ଭୋଟ୍‌ ଦେବା କାରଣରୁ ପିଟିଥିଲେ ଏବଂ ତାଙ୍କୁ ମଧ୍ୟ ଘରୁ ତଡ଼ି ଦେଇଥିଲେ। ସୂଚନା ଅନୁଯାୟୀ, ଏହି କାରଣ ପାଇଁ ପୀଡିତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଛାଡପତ୍ର ଦେବାକୁ ଧମକ ଦେଇଥିଲେ।

ଏନସିଡବ୍ଲ୍ୟୁ ଏହି ବିଷୟରେ ଅବଗତ ହେବା ପରେ ଆଇନର ବ୍ୟବସ୍ଥା ଅନୁଯାୟୀ ଏହି ମାମଲାରେ ଏଫଆଇଆର ପଞ୍ଜିକରଣ କର ତଦନ୍ତ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ତଦନ୍ତ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ କହିଛନ୍ତି, ଏନସିଡବ୍ଲ୍ୟୁ। ଚିଠିର ଏକ ନକଲ ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ଏସଏସପି) ବରେଲିଙ୍କୁ ମଧ୍ୟ ପଠାଇଛନ୍ତି ଏନସିଡବ୍ଲ୍ୟୁ।

ସମ୍ବନ୍ଧିତ ଖବର