ଲକ୍ଷ୍ନୌ: ଗୋଟାଏ ଅସନ୍ତୋଷଜନକ ପରିସ୍ଥିତିରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ପରିଚାଳିତ ଉତ୍ତର ପ୍ରଦେଶ ବିଜେପି ସରକାରଙ୍କର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ, ଓମ୍ ପ୍ରକାଶ ରାଜଭର, ଶନିବାର ଦିନ କୋଡ଼ି ଧରି ବାରାଣସୀ ଗ୍ରାମସ୍ଥିତ ନିଜ ଘର ବାହାରେ ଏକ ଦୟନୀୟ ରାସ୍ତା ମରାମତି କାମ ଆରମ୍ଭ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୁହେଲ୍ଦେବ ବହୁଜନ ସମାଜ ପାର୍ଟିର ମୁଖ୍ୟ ରାଜଭର ବାରାଣସୀ ଅନ୍ତର୍ଗତ ଫତେପୁର ଖୋଣ୍ଡା ଗାଁ’ରେ ବସବାସ କରନ୍ତି।
ସୂଚନା ଅନୁସାରେ, ତାଙ୍କ ବାସଭବନ ବାହାର ରାସ୍ତା ବର୍ଷ ବର୍ଷ ଧରି କଦର୍ଯ୍ୟ ହୋଇ ପଡ଼ିଥିଲା। ରାଜ୍ୟ ସରକାରଙ୍କର ସମ୍ପୃକ୍ତ ବିଭାଗକୁ ମନ୍ତ୍ରୀ ଅନେକ ବାର ଅନୁରୋଧ କରିବା ସତ୍ତ୍ୱେ କିଛି ସୁଫଳ ମିଳି ନ ଥିଲା।
ଏ ଘଟଣାରେ ଚିଡ଼ି ଯାଇ ମନ୍ତ୍ରୀ ନିଜେ କୋଦଳ ଧରି ରାସ୍ତା ମରାମତି କରିବାକୁ ଠିକ୍ କଲେ। ଅନ୍ୟ ଗ୍ରାମବାସୀ ଏବଂ ସମର୍ଥକମାନେ ବି ତାଙ୍କୁ ସହଯୋଗ କଲେ।
ରାସ୍ତା ମରାମତି ପାଇଁ ରାଜଭର ୬ ମାସ ତଳେ ଅନୁରୋଧ କରିଥିଲେ। ସାମ୍ବାଦିକମାନଙ୍କୁ ରାଜଭରଙ୍କ ପୁଅ କହିଛନ୍ତି, ଯଦି ଜଣେ ମନ୍ତ୍ରୀ ରାସ୍ତା ତିଆରି କରାଇ ପାରୁ ନାହାନ୍ତି, ଭାବି ଦେଖନ୍ତୁ ସାଧାରଣ ଲୋକ କି, ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବେ।
ରାଜଭରଙ୍କ ବଡ଼ପୁଅ ଅରବିନ୍ଦ ରାଜଭରଙ୍କ ବାହାଘର ଜୁନ୍ ୨୧ ତାରିଖରେ ହୋଇଥିଲା। ରବିବାର ଦିନ ଭୋଜିକୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସିବେ।
କର୍ତ୍ତୃପକ୍ଷମାନେ ନ ଶୁଣିବାରୁ ସେମାନଙ୍କ ପାଖରେ ନିଜେ ରାସ୍ତା ମରାମତି କରାଇବା ଛଡ଼ା କିଛି ବିକଳ୍ପ ନ ଥିଲା