‘ମୂଷା କାମୁଡ଼ିବା’ ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୟୁପି ମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କୁ ସୋମବାର ସକାଳେ ଏକ ମୂଷା କାମୁଡ଼ି ଦେବାପରେ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, ମନ୍ତ୍ରୀ ଯାଦବ ଏବେ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ରାଜ୍ୟ ଯୁବ କଲ୍ୟାଣ ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ ଏକ ସରକାରୀ କାର୍ଯ୍ୟରେ ବାଣ୍ଡା ଜିଲ୍ଲା ଗସ୍ତରେ ଥିବାବେଳେ ତାଙ୍କ ସହ ଏହି ଅଘଟଣ ଘଟିଥିଲା।

ମନ୍ତ୍ରୀ ଯାଦବ ବାଣ୍ଡା ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ମାୱାଇ ବାଇପାସରେ ସର୍କିଟ ହାଉସରେ ରହିଥିଲେ। ତେବେ, ସର୍କିଟ ହାଉସରେ ଅବସ୍ଥାନ କରିଥିବା ବେଳେ ସୋମବାର ସକାଳ ପ୍ରାୟ ୩ଟା ସମୟରେରେ ମନ୍ତ୍ରୀଙ୍କ ହାତକୁ ଏକ ଅଜ୍ଞାତ କୀଟ କାମୁଡ଼ି ଦେଇଥିଲା। ପରେ ମନ୍ତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାର ଟ୍ରମା ସେଣ୍ଟରକୁ ନିଆଯାଇଥିଲା।

ଜିଲ୍ଲା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମଏସ) ଡକ୍ଟର ଏସଏନ ମିଶ୍ର କହିଛନ୍ତି, ମନ୍ତ୍ରୀଙ୍କ ଡାହାଣ ହାତ ଆଙ୍ଗୁଠିରେ ମୂଷା କିମ୍ବା କାମୁଡ଼ା ଚିହ୍ନ ମିଳିଥିଲା। ପରୀକ୍ଷା ପରେ ଡାକ୍ତର କହିଛନ୍ତି, କାମୁଡ଼ାଟି ମୂଷା କିମ୍ବା (ଏକ କୀଟନାଶକ ସ୍ତନ୍ୟପାୟୀ ପ୍ରାଣୀ ଯାହା ମୂଷା ସଦୃଶ) ବୋଲି ଜଣାପଡିଛି। ସର୍କିଟ୍‌ ହାଉସଟି ଏକ ଜଙ୍ଗଲ ଅଞ୍ଚଳରେ ନିର୍ମିତ ହୋଇଥିବାରୁ ମନ୍ତ୍ରୀଙ୍କୁ ସନ୍ଦେହ ହୋଇଥିଲା ଯେ ତାଙ୍କୁ କିଛି ବିଷାକ୍ତ କୀଟ କାମୁଡ଼ିଛନ୍ତି।

ତୃଣମୂଳ ସ୍ତରରେ ରାଜ୍ୟର ଶାସନ କିପରି ଚାଲିଛି ସେ ସଂପର୍କରେ ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ଯାଦବ ବାଣ୍ଡା ଜିଲ୍ଲା ଗସ୍ତରେ ଯାଇଥିଲେ।

ସମ୍ବନ୍ଧିତ ଖବର