ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟ ଆଜି ଦୁଇଟି ମାମଲାରେ ପ୍ରୟାଗରାଜ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲା ଏବଂ ୨୦୦୮ ମସିହାର ଏକ ଦୁର୍ଗା ପୂଜା ପେଣ୍ଡାଲ୍ କମିଟି ନେଇ ବିବାଦ ମାମଲାରେ ମୌର୍ଯ୍ୟ କୋର୍ଟରେ ଆତ୍ମସମର୍ପଣ କରିବାର ମାତ୍ର କିଛି ଘଣ୍ଟା ପରେ ତାଙ୍କ ଜାମିନ ମଂଜୁର ହୋଇଛି। ପ୍ରାରମ୍ଭରେ ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ଗା ପୂଜା ପେଣ୍ଡାଲ୍ କମିଟି ମାମଲାରେ ଏକ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ତେବେ ମୌର୍ଯ୍ୟଙ୍କ ଓକିଲ ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ତାଙ୍କୁ ଜାଣିଶୁଣି ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି ଯୁକ୍ତି ବାଢ଼ିଥିଲେ।
କୋର୍ଟରେ ଆତ୍ମସମର୍ପଣ କଲେ ୟୁପି ଉପମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2018/11/11_41_4728488166_keshav-maurya-ll.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)