ବିଧାନସଭାରେ ଭୋଭୋ କାନ୍ଦିଲେ ୟୁପି ବିଧାୟକ

ଲ‌କ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭାରେ ଆଜି ଏକ ଅସ୍ବାଭାବିକ ପରିସ୍ଥିତି ଉପୁଜିଥିଲା। ଆଜମଗଡ଼ ଅନ୍ତର୍ଗତ ମେହନଗର ନିର୍ବାଚନମଣ୍ଡଳୀର ସମାଜବାଦୀ ପାର୍ଟି ବିଧାୟକ କଳ୍ପନାଥ ପାସୱାନ ବିଧାନସଭାରେ ହଠାତ୍‌ ଭୋ ଭୋ ହୋଇ କାନ୍ଦିବା ଦେଖି ସମ‌ସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ପଚରା ଉଚୁରା ପରେ ତାଙ୍କର ୧୦ ଲକ୍ଷ ଟଙ୍କା ଚୋରି ହୋଇଯାଇଛି ବୋଲି କଳ୍ପନାଥ ବିଧାନସଭାରେ ଅଭିଯୋଗ କରିଥିଲେ। ଏପରିକି ଚୋରି ଟଙ୍କା ନ ମିଳିଲେ ସେ ଆତ୍ମହତ୍ୟା କରିଦେବେ ବୋଲି ଜିଜ୍ଞାସା କରିବା ସହ ଖୁବ୍ ଗରିବ ହୋଇଥିବାରୁ ଟଙ୍କା ନମିଳିଲେ ସେ କ’ଣ ଆଉ କରିବେ କହି ହାତ ଯୋଡ଼ି ଖୁବ୍‌ ଜୋରରେ କାନ୍ଦି ଉଠିଥିଲେ। ଅପରପକ୍ଷେ, କଳ୍ପନାଥଙ୍କ ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ କୁମାର ଖାନ୍ନା ଏ ବାବଦରେ ରିପୋର୍ଟ ମାଗିବେ ବୋଲି କହିବା ସହ ଖୁବ୍‌ ଶୀଘ୍ର ତାଙ୍କୁ ନ୍ୟାୟ ମିଳିବ ବୋଲି ଭରସା ଦେଇଛନ୍ତି।

ସମ୍ବନ୍ଧିତ ଖବର