ଆହ୍ଲାବାଦ: ଉତ୍ତରପ୍ରଦେଶରେ ମୁସଲମାନ ସଂପ୍ରଦାୟର କିଛି ଲୋକେ ଭାଇଚାରାର ଉଦାହରଣ ପାଲଟିଛନ୍ତି। ବର୍ଷ ୨୦୧୯ରେ ଆହ୍ଲାବାଦରେ ହେବାକୁ ଥିବା କୁମ୍ଭମେଳା ପାଇଁ ଅନେକ ଗୁଡ଼ିଏ ମସଜିଦର ପାଚୋରୀକୁ ଭାଙ୍ଗି ଦେଇଛନ୍ତି। କୁମ୍ଭମେଳା ସମୟରେ ଆହ୍ଲାବାଦରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ଦର୍ଶକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପାଚେରୀ ଗୁଡ଼ିକ ଭଙ୍ଗାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପାଚେରୀ ଗୁଡ଼ିକ କାହାରି ଚାପରେ କିମ୍ବା ଜୋରଜବରଦସ୍ତି ଭଙ୍ଗାଯାଇ ନାହିଁ। ଏଗୁଡ଼ିକ ନିଜସ୍ୱ ଇଚ୍ଛାରେ ଭଙ୍ଗାଯାଇଛି। ସରକାରଙ୍କ ବିକାଶ କାମକୁ ସମର୍ଥନ ଜଣାଇ ନିଜସ୍ୱ ଉଦ୍ୟମରେ ପାଚେରୀ ଗୁଡ଼ିକ ଭଙ୍ଗାଯାଇଛି। ପୁରୁଣା ଆହ୍ଲାବାଦରେ ମଙ୍ଗଳବାର ଅନେକ ଗୁଡ଼ିଏ ମସଜିଦର ପାଚେରୀଗୁଡ଼ିକୁ ଭଙ୍ଗାଯାଇଛି। ଏ ନେଇ ଜଣେ ଲୋକ କହିଛନ୍ତି, ନିଜସ୍ୱ ଇଚ୍ଛାରେ ଆମେ ପାଚେରୀଗୁଡ଼ିକ ଭାଙ୍ଗିଛୁ। କୁମ୍ଭମେଳା ପାଇଁ ସରକାର ସଡ଼କ ଗୁଡ଼ିକ ଓସାର କରୁଛନ୍ତି। ଆମେ ଏହାକୁ ସମର୍ଥନ ଜଣାଉଛୁ।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୯ ଜାନୁଆରୀରେ କୁମ୍ଭମେଳା ଆୟୋଜନ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏଥି ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତ ହୋଇଛନ୍ତି। ଏହି କାରଣରୁ ସଡ଼କ ଗୁଡ଼ିକର ନିର୍ମାଣ ଓସାର କରାଯାଉଛି। ପୁରୁଣା ସହରରେ ଅଧିକାଂଶ ଲୋକ ରୁହନ୍ତି। ସଡ଼କ ଓସାର ପାଇଁ ଅଧିକ ଜାଗା ଦରକାର ଥିଲା, ଏଥି ପାଇଁ ସ୍ଥାନୀୟ ମୁସଲମାନମାନେ ଉଦ୍ୟମ ଆରମ୍ଭ କରିଛନ୍ତି। କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କୁ ଭଲ ସୁବିଧା ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଏଠାକୁ ଦେଶ-ବିଦେଶରୁ ଶ୍ରଦ୍ଧାଳୁ ଆସିଥାନ୍ତି। ସରକାର ୮୦୦୦ ବସ ଚଳାଇବେ। ଏଥି ପାଇଁ ୧୨୦ଟି ପାର୍କିଂ ସ୍ଥଳ ନିର୍ମାଣ ହେବ।