ଲକ୍ଷ୍ମୌ: ଶୁକ୍ରବାର ମଧ୍ୟରାତ୍ରୀ ସମୟରେ ଶୀର୍ଷସ୍ତରୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିବା ପରେ ଉତ୍ତର ପ୍ରଦେଶ ଓ ନେପାଳ ସୀମାକୁ ସିଲ୍ କରିଦିଆଯାଇଛି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବିନାଶ ଅଓ୍ଵସ୍ତି କହିଛନ୍ତି ଯେ ଉପଯୁକ୍ତ ଚିହ୍ନଟ ବିନା କାହାରିକୁ ସ୍ପର୍ଶକାତର ସୀମାନ୍ତକୁ ଛଡ଼ାଯିବନି।
ଅଓ୍ଵସ୍ତି କହିଛନ୍ତି ଯେ ରେଳଗାଡ଼ିରେ ଏବଂ ଷ୍ଟେସନ୍ରେ ଥିବା ଯାତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥା କରିବାକୁ ରେଳବାଇ ଫୋର୍ସଙ୍କୁ କୁହାଯାଇଛି।
ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସହରରେ ଥିବା ଯାତ୍ରୀମାନଙ୍କ ଘରବାହୁଡ଼ା ନିମନ୍ତେ ଅଧିକ ସଂଖ୍ୟକ ବସ୍ ସେବା ଆରମ୍ଭ କରାଯାଇଛି।
/sambad/media/post_attachments/wp-content/uploads/2019/11/nepal-border-1.jpg)
ଘଟଣାସ୍ଥଳର ପ୍ରତ୍ୟକ୍ଷ ବିବରଣୀ ପାଇବା ପାଇଁ ଓ ଆବଶ୍ୟକ ନିର୍ଦେଶାବଳୀ ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡଜନାଧିକ କମିସନର୍ଙ୍କୁ ଫୋନ୍ କରିଛନ୍ତି।
ଶନିବାର ସକାଳ ୧୦: ୩୦ରେ ରାମ ଜନ୍ମଭୂମୀ-ବାବ୍ରି ମସ୍ଜିଦ୍ ଜମି ବିବାଦର ରାୟ ପ୍ରକାଶ ପାଇବ। ଏଥିପାଇଁ ଅଯୋଧ୍ୟାରେ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/UP-Nepal-Border-Seal-Before-Court-Decision_Thumbnail.jpg)