ଲକ୍ଷ୍ନୌ:ଦୁର୍ଘଟଣା ନେଲା ବର କନ୍ୟାଙ୍କ ସମତେ ୪ ଜଣଙ୍କ ଜୀବନ । ବିବାହ ପରେ ଝାରଖଣ୍ଡରୁ ବିଜିନୋର ଫେରୁଥିଲେ ବର କନ୍ୟା । କିନ୍ତୁ ଭୋର ସମୟରେ ଉତ୍ତରପ୍ରଦେଶ ବିଜିନୋରଠାରେ କୁହୁଡି ଯୋଗୁଁ କାର ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବରକନ୍ୟାଙ୍କ ବ୍ୟତୀତ ପରିବାରର ୪ ଜଣ ମୃତକଙ୍କ ସମତେ ୨ ଗୁରୁତର ଥିବା ଜଣାପଡିଛି ।
ବିଜିନୋର ସୁପରିଟେଣ୍ଡେଣ୍ଟ୍ ଅଫ୍ ପୁଲିସ୍ ଅଭିଷେକ ନିଶ୍ଚିତ କରିଛନ୍ତି ଯେ ଏହି ଦୁର୍ଘଟଣାରେ ନବ ନିର୍ବାଚିତ ବର-କନ୍ୟା ଓ ବରଙ୍କ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଷ୍ଟେସନ୍ରୁ ଏକ ଅଟୋ କରି ଫେରୁଥିବା ବେଳେ ସେମାନଙ୍କ ଗାଡ଼ିକୁ ଏକ କାର୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟର୍କୁ ନିଆଯାଇଥିଲା।
ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଦୁଃଖ ପ୍ରକାଶ କରି ଆହତମାନଙ୍କ ଶୀଘ୍ର ଅରୋଗ୍ୟ କାମନା କରିଛନ୍ତି। ସେ ଏହି ଘଟଣାରେ ଜିଲ୍ଲା ଅଧିକାରୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/16/AbukdhN5xisPrFvNPzwT.jpg)