ଲକ୍ଷ୍ନୌ: ବ୍ୟକ୍ତିଗତ ଶତୃତା ପାଇଁ ଉତ୍ତର ପ୍ରଦେଶର ଜଣେ ପୁଲିସ ଅଧିକାରୀ ନକଲି ଏନ୍କାଉଣ୍ଟର କରିବା ଘଟଣା ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ନୋଏଡ଼ା ସେକ୍ଟର ୧୨୨ରେ ଭଉଣୀର ନିର୍ବନ୍ଧ ସାରି ଫେରୁଥିବା ବେଳେ ଜିମ୍ ପ୍ରଶିକ୍ଷକ ଜିତେନ୍ଦ୍ର ଯାଦବଙ୍କୁ ଜଣେ ନିଶାଗ୍ରସ୍ତ ଏଏସ୍ଆଇ ଓ ୪ ଜଣ ଅନ୍ୟ ପୁଲିସ୍ କର୍ମୀ ଗୁଳି କରିଥିଲେ। ଜିତେନ୍ଦ୍ରଙ୍କ ବେକରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଛି। ଫୋର୍ଟିସ ହସ୍ପିଟାଲରେ ଚିକିତ୍ସାଧୀନ ଜିତେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡ.ମହେଶ ଶର୍ମା ଏହି ଘଟଣାରେ ପୁଲିସ୍କୁ ତୀବ୍ର ଭର୍ତ୍ସନା କରିବା ସହ ଆଇନ୍ର ଅପବ୍ୟବହାର ନକରିବା ପାଇଁ ପୁଲିସ୍କୁ ତାଗିଦ କରିଛନ୍ତି। ସେପଟେ ଅଭିଯୁକ୍ତ ଏଏସ୍ଆଇଙ୍କୁ ଗିରଫ କରାଯାଇଥିବା ବେଳେ ୪ଜଣ ପୁଲିସ୍ କର୍ମୀଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କର ସର୍ଭିସ ରିଭଲବର ଜବତ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଏସ୍ଏସ୍ପି ଲବ କୁମାର କହିଛନ୍ତି। ଘଟଣା ସମୟରେ ଜିତେନ୍ଦ୍ରଙ୍କ ସହ ଉପସ୍ଥିତ ଥିବା ତାଙ୍କର ଚାରି ଜଣ ବନ୍ଧୁ ନିଖୋଜ ହୋଇଯାଇଥିବାରୁ ପୁଲିସ୍ ଉପରେ ଲୋକଙ୍କ ସନ୍ଦେହ ବୃଦ୍ଧି ପାଇଛି। ୟୁପି ପୁଲିସ୍ର ସମସ୍ତ ଏନ୍କାଉଣ୍ଟର ଘଟଣାର ସିବିଆଇ ତଦନ୍ତ କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି।
ୟୁପି ପୁଲିସ୍ର ନକଲି ଏନ୍କାଉଣ୍ଟର
ବ୍ୟକ୍ତିଗତ ଶତୃତା ପାଇଁ ହତ୍ୟା ଉଦ୍ୟମ, ଏଏସ୍ଆଇ ଗିରଫ,୪ ନିଲମ୍ବିତ
/sambad/media/post_attachments/wp-content/uploads/2017/12/IndiaTv500541_UP-police.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)