ଏନକାଉଣ୍ଟର ଭୟରେ ଅତିକ୍ ଅହମ୍ମଦ ଛାନିଆ, ଉତ୍ତରପ୍ରଦେଶ ଫେରାଇ ନେବାକୁ ସାବରମତୀରେ ପହଞ୍ଚିଲା ପୁଲିସ୍

ସାବରମତୀ :  ପୂର୍ବତନ ସାଂସଦ ତଥା କୁଖ୍ୟାତ ମାଫିଆ ଅତୀକ ଅହମ୍ମଦକୁ ଧରିବା ପାଇଁ ଗୁଜରାଟର ସାବରମତୀ ଜେଲରେ ପହଞ୍ଚିଛି ୟୁପି ପୋଲିସ । ପୁଲିସକୁ ଦେଖି ଏନକାଉଣ୍ଟର ଭୟରେ ଛାନିଆ ହୋଇପଡ଼ିଛି ଅତୀକ । ତାର ପରିବାର ଲୋକ ମଧ୍ୟ ତାକୁ ଗୁଜରାଟରୁ ଉତ୍ତରପ୍ରଦେଶ ଆଣିବାକୁ ବିରୋଧ କରୁଥିଲେ ଓ ଏନକାଉଣ୍ଚର ଆଶଙ୍କା କରିଥିଲେ ।

ଉମେଶ ପାଲଙ୍କ ଅପହରଣ ମାମଲାରେ ୨୦୦୬ ମାର୍ଚ୍ଚ ୨୮ରେ ପ୍ରୟାଗରାଜ କୋର୍ଟ ରାୟ ଶୁଣାଇବେ। ଅତୀକ ଅହମ୍ମଦ ଏହି ମାମଲାର ଅଭିଯୁକ୍ତ। ଉମେଶ ପାଲ ଅପହରଣ ମାମଲାରେ ଅତୀକ ଓ ଅଶରଫଙ୍କୁ ଦଣ୍ଡ ମିଳିବା ପ୍ରାୟ ନିଶ୍ଚିତ। ଦୁଇ ଭାଇଙ୍କୁ ପ୍ରଥମ ଥର ପାଇଁ କୌଣସି ମାମଲାରେ ଦଣ୍ଡବିଧାନ ହେବ। ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କୁ ୨୦୦୬ରେ ଅପହରଣ କରାଯାଇଥିଲା। ଅପହରଣ ମାମଲାରେ ସାକ୍ଷ୍ୟ ନଦେବାରୁ ତାଙ୍କଠାରୁ ବଳପୂର୍ବକ ସତ୍ୟପାଠ ନିଆଯାଇଥିଲା । ଉମେଶ ପାଲ ୨୦୦୭ରେ ଅତୀକ ଏବଂ ତାଙ୍କ ଭାଇ ଅଶରଫଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଥିଲେ। ସେହି ମାମଲାର ଶୁଣାଣିରୁ ଫେରୁଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ଉମେଶ ପାଲଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଥିଲା।

ଅନ୍ୟପକ୍ଷରେ ଅତୀକର ସମସ୍ୟା ବଢ଼ିବାରେ ଲାଗିଛି। ଗତ ୨୧ ତାରିଖରେ ପ୍ରୟାଗରାଜର ଚକିଆସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ନଗଦ ଲକ୍ଷାଧିକ ଟଙ୍କା ଓ ୧୧ଟି ପିସ୍ତଲ ଓ ଗୁଳି ଜବତ ହୋଇଥିଲା । ଏହି ଅଫିସର ସମ୍ମୁଖଭାଗକୁ ପୂର୍ବରୁ ହିଁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର