ଗିରଫ ପରୱାନା ଜାରି ପୂର୍ବରୁ ଆଶିଷଙ୍କୁ ଦ୍ବିତୀୟ ସୁଯୋଗ ଦେଲା ୟୁପି ପୁଲିସ, ପୁଣି ପଠାଇଲା ସମନ

ଲଖିମ୍‌ପୁର ଖେରି: ଆଜି ପଚରାଉଚରା ଏବଂ ବୟାନ ରେକର୍ଡ କରାଇବାକୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ଲଖିମ୍‌ପୁର ପୁଲିସ ନିକଟରେ ହାଜର ହେବାରଥିଲା। ଗତକାଲି ତାଙ୍କ ସମନ ପଠାଯାଇଥିବା ବେଳେ ଦିନ ୧୦ଟାରେ ହାଜ ହେବାକୁ କୁହାଯାଇଥିଲା। ହେଲେ ସମନ ପାଇ ବି ସେ ଆଜି ହାଜର ହୋଇନଥିଲେ। ଗିରଫ ଡରରେ ଆଶିଷ ନେପାଳ ଚାଲିଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ୟୁପି ପୁଲିସ ଆଜି ଆଉ ଏକ ସମନ ପଠାଇଛି। କାଲି ଦିନ ୧୧ଟାରେ ଆଜି ହାଜରର ହେବାକୁ ୟୁପି ପୁଲିସ ଦ୍ବିତୀୟ ସମନ ପଠାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଅଜୟ ମିଶ୍ରା କହିଛନ୍ତି ଯେ, ମୋ ପୁଅ ଆସନ୍ତାକାଲି ଏସଆଇଟି ପାଖରେ ହାଜର ହେବ। ସେ କୁଆଡ଼େ ଯାଇ ନାହିଁ। ବିରୋଧୀ କେବଳ ଇସ୍ତଫା ଚାହୁଁଛନ୍ତି। ସତ୍ୟ ଶୀଘ୍ର ପ୍ରକାଶ ପାଇବ।

ତେବେ ଲଖିମ୍‌ପୁର ଖେରି ଘଟଣାରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପରେ ସନ୍ତୁଷ୍ଟ ନଥିବା କହି ଅକ୍ଟୋବର ୨୦କୁ ଆଗାମୀ ଶୁଣାଣି ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାରେ ଶୁଣାଣି ସମୟରେ ଆଶିଷ ମିଶ୍ରାଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଆପଣ ଦେଶର ଅନ୍ୟ ହତ୍ୟା ମାମଲାର ଅଭିଯୁକ୍ତଙ୍କ ପ୍ରତି ସମାନ ବ୍ୟବହାର କରୁଛନ୍ତି କି? ବୋଲି ଅଦାଲତ ପଚାରିଥିଲେ।

Lakhimpur Kheri violence
www.indiatoday.in

ଏହା ସହ ଖଣ୍ଡପୀଠ କହିଥିଲେ ଯେ, ଏଥିରେ ଜନତା ସମ୍ପୃକ୍ତ ଥିବାରୁ ‘ସିବିଆଇ’କୁ ଆଣିବା ସମାଧାନ ନୁହେଁ। ତେବେ ଆଶିଷ ମିିଶ୍ରା କାଲି ହାଜର ନହେଲେ ଗିରଫ ପରୱାନା ଜାରି ହେବ ବୋଲି ୟୁପି ସରକାର ଅଦାଲତକୁ କହିଥିବା ବେଳେ କାଲି ସେ ହାଜର ହେଉଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର