ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଳୀଠାରେ ଶୁକ୍ରବାର ଆଇଏସ୍ଆଇଏସ୍ର ଜଣେ ଆତଙ୍କବାଦୀକୁ ଗିରଫ କରାଯିବା ପରେ ହାଇ ଆର୍ଲଟରେ ଉତ୍ତରପ୍ରଦେଶ ପୁଲିସ୍। ଆବୁ ୟୁସୁଫ ନାମକ ଏହି ଆତଙ୍କବାଦୀ ୟୁପିର ବଳରାମପୁରର ବୋଲି ଜାଣିବାକୁ ମିଳିଛି।
ଏ ନେଇ ଉତ୍ତରପ୍ରଦେଶ ପୋଲିସର ଏଡିଜି, ଆଇନ ଏବଂ ନିର୍ଦ୍ଦେଶ ପ୍ରଶାନ୍ତ କୁମାର କହିଛନ୍ତି, ‘ଡିଜିପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀ ପୁଲିସ୍ ଦ୍ବାରା ଆଇଏସ୍ଆଇଏସ୍ର ଆତଙ୍କବାଦୀକୁ ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍(ଆଇଇଡି) ସହ ଧରାଯିବା ପରେ ସମସ୍ତ ଏସଏସପି ଏବଂ ସୁରକ୍ଷା ଏଜେନ୍ସିକୁ ସଜାଗ ରହିବାକୁ କୁହାଯାଇଛି।’
Delhi: The Improvised Explosive Devices (IEDs) recovered from the arrested ISIS operative defused by security forces at Ridge Road’s Buddha Jayanti Park. https://t.co/ihkYbZdkZd pic.twitter.com/EhYA6mliZV
— ANI (@ANI) August 22, 2020
ଗିରଫ ହୋଇଥିବା ଆତଙ୍କବାଦୀକୁ ଦିଲ୍ଲୀ ପୁଲିସ୍ ସ୍ପେସାଲ ସେଲ, କେନ୍ଦ୍ରୀୟ ଏଜେନ୍ସି ଏବଂ ୟୁପି ଆଣ୍ଟି ଟେରର୍ ସ୍କ୍ବାଡ ପଚରାଉଚରା କରୁଥିବା ଜାଣିବାକୁ ମିଳିଛି। ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗିରଫ ହେବା ପରେ ଉତ୍ତରପ୍ରଦେଶ ଆଣ୍ଟି ଟେରର୍ ସ୍କ୍ବାଡ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଲୋଧି ରୋଡ୍ରେ ଥିବା ଦିଲ୍ଲୀ ପୁଲିସ୍ର ସ୍ପେସିଆଲ୍ ସେଲ୍ର ମୁଖ୍ୟ କାର୍ଯ୍ୟାଳୟରେ ଟିମ୍ ଯାଇ ପହଞ୍ଚିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାତିରେ ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଦିଲ୍ଲୀ ପୁଲିସ୍ ଆଇଏସ୍ଆଇଏସ୍ର ଏହି ଆତଙ୍କବାଦୀ ୟୁସୁଫକୁ ଧରିବା ସହ ୧୫ କିଲୋର ଆଇଡି ଜବତ କରିଥିଲା। ଆତଙ୍କବାଦୀ ଜଣକ ଦୁଇଟି ପ୍ରେସର କୁକୁୁର୍ରେ ଆଇଡି ନେଇ ଯାଉଥିବା ଜଣାପଡ଼ିଥିଲା। ଜାଣିବାକୁ ମିଳିଛି ଯେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ର କମାଣ୍ଡୋମାନେ ଶନିବାର ସକାଳେ ବିସ୍ଫୋରକ ସାମଗ୍ରୀକୁ ଡିଫ୍ୟୁଜ୍(ଫୁସୁକାଇବା) କରିବାରେ ସମର୍ଥ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ଏହି ଆତଙ୍କବାଦୀ ଜଣକ ପୂର୍ବରୁ ଦିଲ୍ଲୀରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା