ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭର ଆୟୋଜନ କରାଯାଇଥିଲା। ଏହି ଭବ୍ୟ ଆୟୋଜନରେ ରାଜ୍ୟର ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇ ସେମାନଙ୍କୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା। ମହାକୁମ୍ଭରେ ସାମିଲ ଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଗୋଟିଏ ସପ୍ତାହ ଛୁଟି ସହିତ ବୋନସ୍ ଦିଆଯିବ ବୋଲି ଘୋଷଣା କରାଯାଇଥିଲା।
घोषणा की गई थी कुंभ खत्म होते ही #Upppolice की बंद छुट्टियां खोल दी जाएंगी
— Arjun Chaudharyy5 (@Arjunpchaudhary) March 13, 2025
लेकिन छुट्टियों कैसे मिल रही है उसका हाल यह वीडियो बयान कर रही है @myogiadityanath ji@dgpup ji इनका संज्ञान लीजिये।
ऐसे तो जवान छुट्टियों पर जा ही नही पाएंगे@Uppolice#Holi#Holi2025#UpppoliceHolipic.twitter.com/c4LApkoBts
ଏହି କ୍ରମରେ ଜଣେ ପୁଲିସ କର୍ମଚାରୀଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି ଯେ ପ୍ରୟାଗରାଜରେ ତାଙ୍କର ଡ୍ୟୁଟି ସରିବା ପରେ ସେ ଘରକୁ ଯିବାର ସୁଯୋଗ ପାଇବେ ବୋଲି ଭାବିଥିଲେ କିନ୍ତୁ କୌଣସି କାରଣରୁ ସେ ଯାଇପାରୁ ନାହାଁନ୍ତି। ଏହା ହେଉଛି ମୋର ଚାକିରି।
ଆଜି ମନ ବହୁତ ବିଚଳିତ ହେଉଛି। କାରଣ ୨୭ ବର୍ଷ ବିତିଗଲାଣି ମୁଁ ହୋଲିରେ ଘରକୁ ଟିକେ ଯାଇ ପାରୁ ନାହିଁ। ଏଥର ମହାକୁମ୍ଭରେ ଡ୍ୟୁଟି କରିବା ପରେ ବହୁତ ଆଶା କରିଥିଲି ମୁଁ ଘରକୁ ଯିବି। ପରିବାର ସହିତ ରଙ୍ଗର ପର୍ବ ହୋଲିକୁ ଖୁବ ଖୁସିରେ ପାଳନ କରିବି।
ମୋର ପିଲାମାନେ ଏବଂ ସ୍ତ୍ରୀ ଘରେ ଅପେକ୍ଷା କରିଛନ୍ତି। ଭଉଣୀମାନେ ମଧ୍ୟ ଘରେ ଆସି ପହଞ୍ଚି ଯାଇଛନ୍ତି। ମୁଁ ସେମାନଙ୍କୁ ଯାଇ ପାରୁ ନାହିଁ ବୋଲି କହିବାର ସାହସ ଜୁଟାଇ ପାରୁ ନାହିଁ। ସମୟସମୟରେ ଆମେ ଯେପରି ଭାବି ଥାଉ ସେପରି କିଛି ହୋଇ ନଥାଏ। ଯେଉଁ କାରଣରୁ ମନ ବହୁତ କଷ୍ଟ ହୋଇଥାଏ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/14/2uNsp8EcytCRBcwNpvpu.jpg)