୧୩ଘଣ୍ଟା ଧରି ୮ ଟି ଡାକ୍ତରଖାନା ବୁଲିବା ପରେ ମିଳିଲାନି ଗର୍ଭବତୀ ମହିଳାଙ୍କୁ ଚିକିତ୍ସା, ଆମ୍ବୁଲାନ୍ସରେ ଚାଲିଗଲା ଜୀବନ

ନୋଏଡା: ନୋଏଡାରେ ଜଣେ ଆଠ ମାସର ଗର୍ଭବତୀ ମହିଳାଙ୍କୁ ଠିକ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରା ନଯିବାରୁ ତାଙ୍କର ଆମ୍ବୁଲାନ୍ସରେ ମୃତ୍ୟୁ ଘଟିଥିବା ଜଣା ପଡିଛି। ଶୁକ୍ରବାର ଦିନ ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଥିବା ବେଳେ ଗର୍ଭବତୀ ମହିଳାଜଣକ ୧୩ଘଣ୍ଟା ଧରି ମୃତ୍ୟୁ ସହ ଲଢେଇ କରିଥିଲେ | ୮ ଟି ଡାକ୍ତରଖାନା ବୁଲିବା ପରେ ମଧ୍ୟ ତାଙ୍କୁ କୌଣସି ହସ୍ପିଟାଲରେ ବେଡ଼ ମିଳିନଥିଲା | ଯାହା ଫଳରେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଦାବି କରିଛନ୍ତି | ମହିଳାଙ୍କ ମୃତ୍ୟୁ ପରେ ପରିବାରର ଦାବିକୁ ଧ୍ୟାନରେ ରଖି ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ନୋଏଡା-ଗାଜିଆବାଦ ସୀମାରେ ଥିବା ଖୋଡା କଲୋନୀର ନିଲମ୍ ୮ ମାସର ଗର୍ଭବତୀ ଥିଲେ ଏବଂ ଗର୍ଭଧାରଣ ସମ୍ବନ୍ଧୀୟ ସମସ୍ୟା ପାଇଁ ଘରୋଇ ଶିବାଲିକ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ସ୍ୱାମୀ କହିଛନ୍ତି। ଶୁକ୍ରବାର ଦିନ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲେ ମଧ୍ୟ ଶିବାଲିକ୍ ଡାକ୍ତରଖାନା ତାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲା, ଯାହା ପରେ ତାଙ୍କ ସ୍ୱାମୀ ନିଲମଙ୍କୁ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ ନେବା ଆରମ୍ଭ କରିଥିଲେ |

Pregnant woman in UP dies in ambulance after running between ...
Deccan Herald

ନିଲମଙ୍କ ସ୍ୱାମୀଙ୍କ କହିବା ମୁତାବକ, “ଆମେ ପ୍ରଥମେ ଇଏସଆଇ ହସ୍ପିଟାଲକୁ ଯାଇଥିଲୁ। ଏହା ପରେ ଆମେ ସେକ୍ଟର ୩୦ରେ ଥିବା ଏକ ହସ୍ପିଟାଲକୁ ଯାଇଥିଲୁ | କିନ୍ତୁ ସେଠାରେ ମଧ୍ୟ ଭର୍ତ୍ତି କରିବା ପାଇଁ ମନା କରିବା ପରେ ଆମେ ସେଠାରୁ ଶାରଦା ହସ୍ପିଟାଲକୁ ଏବଂ ପରେ ଗ୍ରେଟର ନୋଏଡାସ୍ଥିତ ସରକାରୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଜିଆଇଏମ୍ଏସ୍)କୁ ଯାଇଥିଲୁ। ସମସ୍ତେ ନିଲମଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲେ | ପରେ ଆମ ପରିବାର ଲୋକେ ଯେପି, ଗୌତମ ବୁଦ୍ଧ ନଗରର ଫୋର୍ଟିସ୍ ହସ୍ପିଟାଲ, ଗାଜିଆବାଦର ବୈଶାଳୀରେ ଥିବା ମାକ୍ସରେ ନିଲମଙ୍କୁ ଭର୍ତ୍ତି କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ବେଡ ନାହିଁ ବୋଲି କହି ସେମାନେ ଭର୍ତ୍ତି କରିବାକୁ ମନା କରିଦେଇଥିଲେ | ଦୀର୍ଘ ୧୩ଘଣ୍ଟା ଧରି ନିଲମ ପ୍ରସବ ଯନ୍ତ୍ରଣା ସହି ମୃତ୍ୟୁ ସହ ସଂଘର୍ଷ କରିଥିଲେ ମଧ୍ୟ ଶେଷରେ ସେ ହାରି ଯାଇଥିଲା | ଆମ୍ବୁଲାନ୍ସ ଭିତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା |

ସମ୍ବନ୍ଧିତ ଖବର