ଫିରୋଜାବାଦ୍ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଫେସବୁକ୍ରେ ଅଶାଳୀନ ମନ୍ତବ୍ୟ ଦେଇ ଉତ୍ତରପ୍ରଦେଶ ଫିରୋଜାବାଦ୍ ଏସ୍ଆର୍କେ କଲେଜର ଜଣେ ଇତିହାସ ପ୍ରଫେସର ଜେଲ୍ ଯାଇଛନ୍ତି। ପ୍ରଫେସର ସହରୟାର ଅଲି ଗତକାଲି ଅତିରିକ୍ତ ଜିଲ୍ଲା ବିଚାରପତି ଅନୁରାଗ ଠାକୁରଙ୍କ ପାଖରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। କିନ୍ତୁ ବିଚାରପତି ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ପ୍ରଫେସର ଜେଲ୍ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚରେ ଫିରୋଜାବାଦ ପୁଲିସ ପ୍ରଫେସର ଅଲିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଉକ୍ତ ଘଟଣା ପରେ ପ୍ରଫେସର ନିଲମ୍ବିତ ହୋଇଥିଲେ। ଚଳିତ ମାସ ଆରମ୍ଭରେ ମଧ୍ୟ ସୁପ୍ରିମକୋର୍ଟ ପ୍ରଫେସର ଅଲିଙ୍କୁ ଗିରଫରୁ ସୁରକ୍ଷା ଦେବାପାଇଁ ମନା କରିଦେଇଥିଲେ।
ସ୍ମୃତି ଇରାନୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ, ଜେଲ୍ ଗଲେ ୟୁପି ପ୍ରଫେସର
/sambad/media/post_attachments/wp-content/uploads/2021/07/4sf564f5s6456fshfffffffffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)