ୟୁପି ବର୍ଷା‌ଜନିତ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ବର୍ଷାଜନିତ କାରଣ ପାଇଁ ରାଜ୍ୟରେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ରାଜ୍ୟର ପୂର୍ବ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଏହା ବେଶୀ ସମସ୍ୟା ସୃଷ୍ଟି କରିବ। ଗତକାଲି ଲ‌କ୍ଷ୍ନୌରେ ଏକ ନିର୍ମାଣାଧୀନ କୋଠାର ପାଚେରି ଭୁଶୁଡ଼ି ପଡ଼ିବାରୁ ୯ ଜଣ ଶ୍ରମିକ ଜୀବନ୍ତ ପୋତି ହୋଇଯାଇଥିଲେ। ସେହିପରି ଉନ୍ନାଓରେ ୫ ଜଣ, ଫତେପୁରରେ ୩ ଜଣ, ପ୍ରୟାଗରାଜରେ ୨, ରାଏବରେଲି ଏବଂ ଝାନ୍‌ସିରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ରାଜ୍ୟର ୭୫ ଜିଲ୍ଲାରୁ ୭୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର