ଉତ୍ତରପ୍ରଦେଶ ରାଜଭବନକୁ ଉଡ଼ାଇଦେବାକୁ ଧମକ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ରାଜ ଭବନ ଡିନାମାଇଟ୍‌ରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ଚିଠିଟିରେ ଟିଏସପିଏସ୍‌ ଝାଡ଼ଖଣ୍ଡର ସ୍ବାକ୍ଷର ରହିଛି। ରାଜ୍ୟପାଳ ଯଦି ଆଗାମୀ ୧୦ ଦିନ ମଧ୍ୟରେ ରାଜଭବନ ନ ଛାଡ଼ନ୍ତି ତେବେ ରାଜଭବନକୁ ଉଡ଼ାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି। ଏହି ଘଟଣାରେ ଗୃହ ମନ୍ତ୍ରାଳୟ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନିଆଯାଇଛି ଏବଂ ରାଜଭବନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଡିଜି ଏବଂ ଏଡିଜି ଉକ୍ତ ଘଟଣାରେ ତଦନ୍ତ କରି ଏ ବାବଦ ରିପୋର୍ଟ ତୁରନ୍ତ ଦାଖଲ କରିବାପାଇଁ ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ହଜରତ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ମଧ୍ୟ ଗଠନ କରାଯାଇଛି । ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୨୦ ତାରିଖରେ ଆନନ୍ଦୀବେନ ପଟେଲ୍‌ଙ୍କୁ ରାଷ୍ଟ୍ରପତି ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ଆନନ୍ଦିବେନ ପଟେଲ ୨୦୧୪ରୁ ୨୦୧୬ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର