ଲକ୍ଷ୍ନୌ: ପ୍ରଥମ ପର୍ଯ୍ୟାୟ ପରେ ଆଜି ଉତ୍ତରପ୍ରଦେଶ‌େରେ ଚାଲିଛି ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ମତଦାନ ସକ‌ାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୫୧.୯୩% ମତଦାନ ହୋଇଥିବା ଜଣାପଡ଼ିଛି। ଦ୍ବିତୀୟ ପର୍ଯ୍ୟାୟରେ ୫୮୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୧୪ ଜଣ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଓ ୧୨ ଜଣ ନିଜକୁ ନିରକ୍ଷର ବୋଲି ଘୋଷଣା କରିଛନ୍ତି। ସେମାନେ ଆଦୌ ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି।

Advertisment

ପଶ୍ଚିମ ଉତ୍ତର ପ୍ରଦେଶର ଆମ୍ରୋହା, ବରେଲି, ବିଜନୋର, ବଦାଉଁ, ମୁରାଦାବାଦ, ରାମପୁର, ଶାହରଣପୁର, ସମ୍ବଲ ଏବଂ ଶାହାଜାହାନପୁରର ନଅଟି ଜିଲ୍ଲାର ୫୫ଟି ବିଧାନସଭା ଆସନରେ ଆଜିି ଭୋଟ୍ ଗ୍ରହଣ କରାଯାଉଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦ୍ବିତୀୟ ପର୍ଯ୍ୟାୟ‌ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୨ ଜଣ ପୋଷ୍ଟ ଗ୍ରାଜୁଏଟ୍ ଏବଂ ୬ ଜଣ ପିଏଚଡି ଯୋଗ୍ୟତା ଥିବା ପ୍ରାର୍ଥୀ ଅଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୮୬ ଜଣଙ୍କ ମଧ୍ୟରୁ ୫୮୪ ଜଣ ପ୍ରାର୍ଥୀଙ୍କ ସତ୍ୟାପାଠ ଉପରେ ଆଧାର କରି ଏହି ତଥ୍ୟ ଦର୍ଶାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୧୫ (୮୮.୨ପ୍ରତିଶତ) ପ୍ରାର୍ଥୀ ପୁରୁଷ ଏବଂ ୬୯ (୧୧.୮ ପ୍ରତିଶତ) ଜଣ ମହିଳା ପ୍ରାର୍ଥୀ ମଇଦାନରେ ଅଛନ୍ତି ବୋଲି ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି।