ପ୍ରତ‌ାପଗଡ଼: ସ୍କୁଲର ପ୍ରଧାନ ଶିକ୍ଷକ ହୋଇ ମଧ୍ୟ ଭାରତରେ ଥିବା ରାଜ୍ୟର ରାଜଧାନୀର ନାଁ ନ କହି ପାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଶିକ୍ଷକଙ୍କ ବୁଦ୍ଧି ପରୀକ୍ଷା କରିବା ପାଇଁ ବାହାରିଥିବା ଜିଲ୍ଲା ଅଧିକାରୀ ପ୍ରଧାନ ଶିକ୍ଷକଙ୍କ ବୁଦ୍ଧି ପରୀକ୍ଷା କରିବା ସମୟରେ ଚମକି ପଡ଼ିଥିଲେ। ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଯେଉଁଭଳି ଭାବରେ ପ୍ରଧାନ ଶିକ୍ଷକ ରଖିଥିଲେ, ତାକୁ ଶୁଣି ନିରାଶ ହେବା ସହ ଏବେ ଜିଲ୍ଲା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

Advertisment

Image result for up-school-teachers Hindustan Times

ସୂଚନା ମୁତାବକ, ଜିଲ୍ଲା ଅଧିକାରୀ ମାର୍କେଣ୍ଡେୟ ଶାହୀ କୁଣ୍ଡା ଲକ୍ଷ୍ମଣ ବ୍ଲକରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଛାତ୍ର-ଛାତ୍ରୀମାନଙ୍କୁ ୭୭,୭୮ ଓ ୬୯ମଧ୍ୟରୁ କେଉଁଟି ବଡ଼ ସଂଖ୍ୟା ବୋଲି ପ୍ରଶ୍ନ କରିଥିଲେ। ଛାତ୍ର-ଛାତ୍ରୀମାନେ ଉତ୍ତର ‌ନ ଦେଇ ପାରିବାରୁ ପ୍ରଶ୍ନଟି ପ୍ରଧାନ ଶିକ୍ଷକ ଜୟପ୍ରକାଶଙ୍କୁ ପଚରାଯାଇଥିଲା। ଯାହା ପରେ, ମୁଁ ଗଣିତ ପଢ଼ାଏ ନାହିଁ ବୋଲି କହି ପ୍ରଶ୍ନର ଉତ୍ତର ରଖି ନଥିଲେ ଜୟପ୍ରକାଶ। ଏହା ଶୁଣି ଜିଲ୍ଲା ଅଧିକାରୀ ମାର୍କେଣ୍ଡେୟ ଶାହୀ କୁଣ୍ଡା ଜୟପ୍ରକାଶଙ୍କୁ ପଞ୍ଜାବ, ତାମିଲନାଡୁ ଓ ନାଗାଲାଣ୍ଡର ରାଜଧାନୀ କହିବାକୁ କହିଥିଲେ। ପ୍ରଶ୍ନ ଶୁଣି ପଞ୍ଜାବର ରାଜଧାନୀ ଚନ୍ଦୌଲୀ, ତାମିଲନାଡୁର ପଞ୍ଜାବ ଓ ନାଗାଲାଣ୍ଡର କଶ୍ମୀର ବୋଲି କହିଥିଲେ ଜୟପ୍ରକାଶ। ପ୍ରଧାନ ଶିକ୍ଷକଙ୍କଠାରୁ ଏଭଳି ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଜିଲ୍ଲା ଅଧିକାରୀ। ପଞ୍ଜାବର ଚଣ୍ଡିଗଡ଼, ତାମିଲନାଡୁର ରାଜଧାନୀ ଚେନ୍ନାଇ ଓ ନାଗାଲାଣ୍ଡାର କୋହିମା ହୋଇଥିବା ବେଳେ ଜୟପ୍ରକାଶ ଭୁୁଲ ଉତ୍ତର ଦେଇଥିବାରୁ ଜିଲ୍ଲା ଅଧିକାରୀ ତୁରନ୍ତ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।