ସାହିନ୍‌ ବାଗ୍‌ ପିଏଫ୍‌ଆଇ କାର୍ଯ୍ୟାଳୟରେ ୟୁପି ଏସ୍‌ଟିଏଫ୍‌ର ଚଢ଼ଉ

ନୂଆଦିଲ୍ଲୀ : ଦିଲ୍ଲୀ ସାହିନ୍‌ ବାଗ୍‌ ସ୍ଥିତ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) କାର୍ଯ୍ୟାଳୟରେ ରବିବାର ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଚଢ଼ଉ କରିଛି। ହାଥରସରେ ଦଙ୍ଗା କରାଇବା ପାଇଁ ଷଡ଼ଯନ୍ତ୍ର ଓ ଫଣ୍ଡିଂ ମାମଲାରେ ଏହି ଚଢ଼ଉ ହୋଇଥିଲା। ପୁଲିସ ପିଏଫ୍‌ଆଇ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତ କେତେକ ପ୍ରଚାରପତ୍ର, ପ୍ଲାକାର୍ଡ, ସିଡି ଏବଂ ପେନ୍‌ଡ୍ରାଇଭ୍‌ ଜବତ କରିଛି । ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ହୋଇଥିବା ହିଂସା ଏବଂ ହାଥରସ୍‌ରେ ଦଙ୍ଗା ପାଇଁ ବଡ଼ ଷଡ଼ଯନ୍ତ୍ରରେ ସାମିଲ ଅଭିଯୁକ୍ତ ରାଉଫ୍‌ ସରିଫ୍‌କୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ଏହି ଚଢ଼ଉ ହୋଇଥିଲା। ରାଉଫ୍‌ ପିଏଫ୍‌ଆଇ ଛାତ୍ର ଶାଖାର ସଭାପତି ରହିଛି।ରାଉଫ୍‌କୁ ୟୁପି ଏସ୍‌ଟିଏଫ୍‌ କେରଳର ଏର୍ନାକୁଲମ ଜେଲ୍‌ରୁ ୟୁପି ଆଣି ଜେରା ଚଳାଇଛି। ରାଉଫ୍‌ ବିଦେଶୀ ପାଣ୍ଠି ହାସଲ କରି ହିଂସା ସୃଷ୍ଟି ପାଇଁ ଏହାକୁ ବିନିଯୋଗ କରୁଥିଲା। ହାଥରସ ଗଣଦୁଷ୍କର୍ମ କାଣ୍ଡ ପରେ ସେଠାରେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ।

ସମ୍ବନ୍ଧିତ ଖବର