ଆଦେଶ ପାଳନ ନ କରିବାରୁ ୟୁପି ପୁଲିସ ମହାନିର୍ଦ୍ଦେଶକ ପଦରୁ ହଟିଲେ ମୁକୁଲ ଗୋଏଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ସରକାର ନେଲେ ବଡ଼ ନିଷ୍ପତ୍ତି। ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ନିଜ କାର୍ଯ୍ୟରେ ଆଗ୍ରହ ନଥିବାରୁ ୟୁପି ପୁଲିସ ମହାନିର୍ଦ୍ଦେଶକ ମୁକୁଲ ଗୋଏଲଙ୍କୁ ପଦରୁ ହଟାଇଲେ ଯୋଗୀ ସରକାର। ଆଦେଶ ପାଳନ ନକରିବା ଏବଂ କାର୍ଯ୍ୟରେ ଆଗ୍ରହ ନଥିବା ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ଜୁଲାଇ ୨୦୨୧ରେ ମୁକୁଲ ଗୋଏଲ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ସମୟରେ ‌ସେ କହିଥିଲେ ଯେ ଅପରାଧ ନିୟନ୍ତ୍ରଣ କରିବା ସହ ପୁଲିସ୍ କେମିତି ସମ୍ବେଦନଶୀଳ ହେବ ଓ ରାଜ୍ୟରେ ଲୋକଙ୍କ ସହ ଯୋଡି ହୋଇ ରହିବ, ତାହା ଉପରେ ଧ୍ୟାନ ଦେବେ । ହେଲେ ଏବେ ତାଙ୍କୁ ପୁଲିସ ମହାନିର୍ଦ୍ଦେଶକ ପଦରୁ ହଟାଇ ଦେଇଛନ୍ତି ଯୋଗୀ ସରକାର।

ପୁଲିସ ମହାନିର୍ଦ୍ଦେଶକ ହେବା ପୂର୍ବରୁ ସେ ଅଲମୋରା, ଜାଲାଉନ୍, ମେନପୁରୀ, ହାଥରସ୍, ଆଜମଗଡ, ଗୋରଖପୁର, ବାରଣାସୀ, ସାହାରନପୁର ଏବଂ ମିରଟ ଆଦି ଜିଲ୍ଲାରେ ଏସପି/ଏସଏସପି ଭାବରେ କାର୍ଯ୍ୟ କରିଥିଲେ ଗୋଏଲ୍। ଏଥିସହ ସେ ଇଣ୍ଡୋ-ତିବ୍ଦତାନ୍ ବର୍ଡର ପୁଲିସ୍ ଏବଂ ଏନଡିଆରଏଫରେ ବରିଷ୍ଠ ପଦବୀରେ ରହି କାର୍ଯ୍ୟ କରିଥିଲେ।

ଏହି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀଙ୍କୁ ୟୁପି ସରକାର ତୁଳନାତ୍ମକ ଭାବେ କମ୍ ଗୁରୁତ୍ବଥିବା ପଦକୁ ବଦଳି କରିଛନ୍ତି।

ସମ୍ବନ୍ଧିତ ଖବର