ନୂଆଦିଲ୍ଳୀ: ଫେବ୍ରୁଆରି ୪ ତାରିଖ ଭୋର ୪ଟା ବେଳେ ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଦୁଇଟି ମାଲବାହୀ ଟ୍ରେନ୍ ଧକ୍କା ହୋଇ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପ୍ରୟାଗରାଜରୁ କାନପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍ ସହ ଆଉ ଗୋଟିଏ ମାଲବାହୀ ଟ୍ରେନ୍ ଧକ୍କା ହୋଇଛି ।
ମିଳିଥିବା ସୂଚନା ମୁତାବକ, ମାଲବାହୀ ଟ୍ରେନ୍ ଲାଲ ସିଗନାଲରେ ଠିଆ ହୋଇଥିବା ବେଳେ, ପଛପଟୁ ଆସି ଆଉ ଗୋଟିଏ ଟ୍ରେନ୍ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ବେଳକୁ ମାଲବାହୀ ଟ୍ରେନର ଗାର୍ଡ ସୋନୁ ବର୍ମା ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ କିନ୍ତୁ ଆହତ ହୋଇଥିଲେ।
ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ଘଟିବା ପରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଦୁର୍ଘଟଣା ନେଇ ସୂଚନା ମିଳିବା ପରେ, ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାଲବାହୀ ଟ୍ରେନଟି ଲାଇନରେ ଠିଆ ହେଇଥିଲା । ଆଉ ସେହି ସମୟରେ ହିଁ ଦୁର୍ଘଟଣା ଘଟିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/04/TyFswkKc04hyKo3DPkHj.jpg)