ପରସ୍ପର ବିରୁଦ୍ଧରେ ଥିବା କୋର୍ଟ ମାମଲା ଉଠାଇବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ମଧ୍ୟରେ ଥିବା ଜମି ଆବଣ୍ଟନ ଓ ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ରାଜି ହୋଇଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଏନେଇ ଦୁଇ ରାଜ୍ୟର ସରକାର ରାଜି ହୋଇଛନ୍ତି । ଏହା ସହିତ ପରସ୍ପର ବିରୋଧରେ ଥିବା କୋର୍ଟ ମାମଲାଗୁଡ଼ିକର ପ୍ରତ୍ୟାହାର ପାଇଁ ଦୁଇ ରାଜ୍ୟ ରାଜି ହୋଇଛନ୍ତି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗତ ୨୧ ବର୍ଷ ହେଲା ପଡ଼ିଥିବା କୋର୍ଟ ମାମଲା ଓ ଜମି ଆବଣ୍ଟନ ଓ ଭୂବନ୍ଦୋବସ୍ତ ସଂପର୍କିତ ମାମଲାର ଫଇସଲା ପାଇଁ ରାଜି ଦୁଇ ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ଉତ୍ତରପ୍ରଦେଶର  ବିଭାଜନ ହୋଇ ଉତ୍ତରାଖଣ୍ଡ ରାଜ୍ୟ ଜନ୍ମ ନେଇଥିଲା । ତେବେ ଇତି ମଧ୍ୟରେ ୨୧ ବର୍ଷ ବିତି ଯାଇଥିଲେ ମଧ୍ୟ ତଥା ଉତ୍ତରପ୍ରଦେଶ ୫ ଜଣ ଓ ଉତ୍ତରାଖଣ୍ଡ ୧୦ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲେ ବି ବିଭିନ୍ନ ଦ୍ବିପାକ୍ଷିକ ମାମଲାଗୁଡ଼ିକ ସମାଧାନ ନ ହୋଇ ପଡ଼ି ରହିଥିଲା । ଏବେ ଏସବୁ ମାମଲାଗୁଡ଼ିକର ସମାଧାନ ଆଶା ଉଜ୍ଜଳ ହୋଇଛି ।

 

ସମ୍ବନ୍ଧିତ ଖବର