ପୁଲିସ୍‌-ଡ଼ାକ୍ତର ସାଜିଲେ ବରଯାତ୍ରୀ,ଡ଼ାକ୍ତରଖାନାରେ ପ୍ରେମିକ ସହ ଝିଅର ବିବାହ କରାଇଲେ ମୃତ୍ୟୁକୁ ଅପେକ୍ଷା କରିଥିବା ବାପା

ବାରଣାସୀ : ବାରଣାସୀର ଏକ ଡ଼ାକ୍ତରଖାନାରେ ଚଳଚ୍ଚିତ୍ର ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଡ଼ାକ୍ତରଖାନାର ଓ୍ଵାର୍ଡ଼ ବିବାହ ମଣ୍ଡପ ହୋଇଥିବା ବେଳେ ପୁଲିସ୍‌ ସାଜିଥିଲା ବରଯାତ୍ରୀ । କନ୍ୟାଯାତ୍ରୀଙ୍କ ଭଳି ସବୁ ଜିନିଷ ଯୋଗାଡ କରିବାରେ ଲାଗିଥିଲେ ଡ଼ାକ୍ତରଖାନା କର୍ମଚାରୀ ଏବଂ ଡ଼ାକ୍ତର । ରୋଗଶଯ୍ୟାରେ ପଡ଼ିରହିଥିବା ପିତା ଝିଅ ସହ କରାଇଲେ ପ୍ରେମିକର ବିବାହ। ପ୍ରେମିକ ଜଣକ ମହିଳାଙ୍କ ମଥାରେ ସିନ୍ଦୂର ପିନ୍ଧାଇବା ସହ ଦୁହେଁ ରୋଗଗ୍ରସ୍ତ ପିତାଙ୍କର ଆର୍ଶୀବାଦ ମଧ୍ୟ ନେଇଥିଲେ । ଶେଷରେ ଝିଅର ହାତକୁ ଦୁଇହାତ କରାଇ ନିଜର ପ୍ରାଣତ୍ୟାଗ କରିଲେ ପିତା । ଘଟଣାଟି ଶୁଣିବାକୁ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହା ସତ । ଏହି ଘଟଣାଟି ବାରଣାସୀ ସରକାରୀ ଡ଼ାକ୍ତରଖାନାରେ ଘଟିଛି।
ସୂଚନା ଅନୁଯାୟୀ , ବାରଣାସୀର ଗାଜିପୁର ଜିଲ୍ଲାରେ ରହୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା । ସେ ଆଉ ବେଶି ଦିନ ବଞ୍ଚିବେ ନାହିଁ ବୋଲି ଜାଣିବା ପରେ ତାଙ୍କ ମନରେ ଝିଅର ବିବାହ ଦେଖିବାର ଶେଷ ଇଛା ଜାଗ୍ରତ ହୋଇଥିଲା। ଯାହାପରେ ସେ ଝିଅକୁ ତା’ ପ୍ରେମିକକୁ ଡ଼ାକିବା ପାଇଁ କହିଥିଲେ ଏବଂ ଡ଼ାକ୍ତରଖାନାରେ ହିଁ ଦୁହିଁଙ୍କର ବିବାହ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ ।

india.com

ସେହି ସମୟରେ ଡ଼ାକ୍ତରଖାନାରେ ଉପସ୍ଥିତ କେହି ବ୍ୟକ୍ତି ପୁଲିସ୍‌କୁ ଯୌତୁକ ଦିଆନିଆ ବିଷୟରେ ଖବର ଦେଇଥିଲେ । ଫଳରେ ଡ଼ାକ୍ତରଖାନାରେ ପୁଲିସ୍‌ ପହଞ୍ଚିଥିଲା କିନ୍ତୁ ସେଠାକାର ଦୃଶ୍ୟ ଥିଲା ଭିନ୍ନ । ପରେ ଡ଼ାକ୍ତରଖାନାରେ ଆୟୋଜିତ ବିବାହରେ ସାମିଲ ହୋଇଥିଲେ ପୁଲିସ୍‌ ଅଧିକାରୀ । ସମସ୍ତଙ୍କ ଗହଣରେ ପ୍ରେମିକ ଝିଅଟିର ମଥାରେ ସିନ୍ଦୂର ଦେଇଥିଲେ । ସେଠାରେ ଉପସ୍ଥିତ ବ୍ରାହ୍ମଣ ମନ୍ତ୍ର ମଧ୍ୟ ଉଚ୍ଚାରଣ କରିଥିଲେ । ନବବିବାହିତା ଦମ୍ପତି ବୃଦ୍ଧଙ୍କ ଆର୍ଶୀବାଦ ନେବାର ତୁରନ୍ତ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବୟସ୍କ ଜଣଙ୍କ ଏକ ଘଣ୍ଟା ମଧ୍ୟରେ ନିଜ ଝିଅର ବିବାହ ଶେଷ କରିଥିଲେ । ବର୍ତ୍ତମାନ ସହରରେ ଏହି ବିବାହକୁ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର