ବୁଲନ୍ଦସର ହିଂସା ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ବଦଳିଲେ ଏସଏସପି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୁଲନ୍ଦସର ହିଂସା ମାମଲାରେ ଆଜି ରାଜ୍ୟ ସରକାର ବିଭାଗୀୟ ସ୍ତରରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବୁଲନ୍ଦସହର ଏସଏସପି କ୍ରିଷ୍ଣ ବାହାଦୁର ସିଂଙ୍କୁ ଲକ୍ଷ୍ନୌସ୍ଥିତ ପୁଲିସ ମୁଖ୍ୟାଳୟକୁ ପଠାଇଦିଆଯାଇଛି । ତାଙ୍କସ୍ଥାନରେ ପ୍ରଭାକର ଚୌଧୁରୀଙ୍କୁ ନୂଆ ଏସଏସପି ନିଯୁକ୍ତ କରାଯାଇଛି । ସର୍କଲ ଅଫିସର (ସିଓ) ସ୍ୟାନା ସତ୍ୟପ୍ରକାଶ ଶର୍ମାଙ୍କୁ ମୋରାଦାବାଦ ବଦଳି କରାଯାଇଛି । ସେହିପରି ହିଂସା ହୋଇଥିବା ସ୍ଥଳ ଚିଙ୍ଗ୍ରାଓ୍ଵାଟି ଚୌକିର ଭାରପ୍ରାପ୍ତ ଅଧିକାରୀ ସୁରେଶ କୁମାରଙ୍କୁ ଲଲିତପୁର ପଠାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ପରେ ଡିଜିପି କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେନାମା ଜାରି ହୋଇଛି । ପୁଲିସ ଅଧିକାରୀମାନେ ହିଂସାକୁ ନିୟନ୍ତ୍ରଣ କରିବାକୁ ବିଫଳ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି । ସୋମବାରଦିନ ହୋଇଥିବା ଏହି ହିଂସାରେ ସାୟନା ଥାନାର ଷ୍ଟେସନ ଅଫିସର ସୁବୋଧ କୁମାର ସିଂଙ୍କ ମୃତ୍ୟୁ ହୋଇଥିଲା । ନିକଟସ୍ଥ ମାହାଓ ଗାଁରେ ଗୋ ହତ୍ୟା କରାଯାଉଥିବା ଖବର ମିଳିବା ପରେ ଏହି ହିଂସା ଆରମ୍ଭ ହୋଇଥିଲା ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର