ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ପରିବାର ବିରୋଧ କରିବାରୁ ନିଜର ଲିଙ୍ଗ ପରିବର୍ତ୍ତନ କରିଲେ ମହିଳା

ପ୍ରୟାଗରାଜ. ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ପରିବାର ବିରୋଧ କରିବାରୁ ନିଜର ଲିଙ୍ଗ ପରିବର୍ତ୍ତନ କରିଲେ ମହିଳା। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ, ଯେଉଁଠି ପରସ୍ପରକୁ ଭଲପାଉଥିବା ଦୁଇ ମହିଳା ସାଥିରେ ରହିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ସମ୍ପର୍କକୁ ପରିବାର ଲୋକେ ବିରୋଧ କରିବା ପରେ ପ୍ରୟାଗରାଜରେ ରହୁଥିବା ମହିଳା ନିଜ ପ୍ରେମିକାଙ୍କ ସହ ରହିବାକୁ ନିଜର ଲିଙ୍ଗ ପରିବର୍ତ୍ତନ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ମହିଳା ହୋଇବି ପୁରୁଷଙ୍କ ପ୍ରତି ଆକର୍ଷଣ ଆସିବା ପରିବର୍ତ୍ତେ ପରସ୍ପର ଆଡକୁ ଆକର୍ଷିତ ଦୁଇ ଜଣ ମହିଳା। ପରସ୍ପରକୁ ଭଲ ପାଇବା ପରେ ଦୁଇଜଣ ମହିଳା ସାଥିରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ପରିବାରକୁ ଜଣାଇବା ପରେ ଲୋକଲଜ୍ଜା ପାଇଁ ପରିବାର ଲୋକେ ଦୁହିଁଙ୍କ ସମ୍ପର୍କକୁ ଗ୍ରହଣ କରିନଥିଲେ। ଅନେକ ବୁଝାଇବା ପରେ ବି ପରିବ‌ାର ଲୋକ ନମାନିବାରୁ ଦୁଇଜଣଙ୍କ ମଧ୍ୟରେ ଜଣେ ନିଜର ଲିଙ୍ଗ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ଏହା ପରେ ଦୁହେଁ ଡାକ୍ତରଙ୍କୁ ପରାମର୍ଶ କରି ସର୍ଜରୀ କରିବାକୁ ପ୍ରସ୍ତୁତ ହୋଇଥିଲେ। ସର୍ଜରୀ ସମୟରେ ଅନେକ ସମସ୍ୟା ହୋଇପାରେ ବୋଲି ଡାକ୍ତର କହିଥିଲେ ବି ପ୍ରେମକୁ ସଫଳ କରିବା ପାଇଁ ଏ‌ବଂ ସାଥିରେ ରହିିବା ପାଇଁ ମହିଳା ପଛକୁ ହଟିନଥିଲେ। ଏବେ ପ୍ରୟାଗରାଜର ସ୍ବରୂପ ରାନୀ ନେହେରୁ ଡାକ୍ତରଖାନାର ଡାକ୍ତରଙ୍କ ଏକ ଟିମ୍ ମହିଳାଙ୍କ ଲିଙ୍ଗ ପରିବର୍ତ୍ତନ ସର୍ଜରୀ କରିଥିବା ଜଣାପଡ଼ିଛି। ଡାକ୍ତରମାନେ କହିଛନ୍ତି ଯେ ସର୍ଜରୀ ଶେଷ ହେବା ପାଇଁ ଆହୁରି ଦେଢ ବର୍ଷ ଲାଗିବ, ଯାହା ପରେ ମହିଳାଜଣକ ସମ୍ପୂର୍ଣ୍ଣ ଭାବେ ପୁରୁଷ ହୋଇଯିବେ।

ସମ୍ବନ୍ଧିତ ଖବର