୨୦୧୨ରୁ ଭାରତ ପାଖରେ ଆଣ୍ଟି-ସାଟେଲାଇଟ୍‌ ଟେକନଲୋଜୀ ଥିଲା, କିନ୍ତୁ ୟୁପିଏ ସରକାର ପରୀକ୍ଷଣ ପାଇଁ ଅନୁମତି ଦେଇନଥିଲେ : ପୂର୍ବତନ ଡିଆରଡିଓ ମୁଖ୍ୟ

ନୂଆଦିଲ୍ଲୀ : ଆଜି ଭାରତ ମହାକାଶରେ ଆଣ୍ଟି-ସାଟେଲାଇଟ େଓ୍ଵପନ ( କ୍ରୁତ୍ରିମ ଉପଗ୍ରହ ନିରୋଧୀ ଅସ୍ତ୍ର)ର ସଫଳର ପରୀକ୍ଷା କରିବା ପରେ ତାହାର ଶ୍ରେୟ ନେବାକୁ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆଜିର ପରୀକ୍ଷା ଲାଗି ବିଜେପି ମୋଦିଙ୍କୁ ଓ ବୈଜ୍ଞାନିକମାନଙ୍କୁ ଶ୍ରେୟ ଦେଉଥିବାବେଳେ ଏହି ଟେକନଲୋଜୀ ୟୁପିଏ ସରକାରଙ୍କ ଅମଳରେ ହିଁ ଭାରତ ପାଖରେ ଥିଲା ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେଓ୍ଵାଲା କହିଛନ୍ତି ।

The Hindu
The Hindu

 

କିନ୍ତୁ ଏ ସଂପର୍କରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ଡିଆରଡିଓ ମୁଖ୍ୟ ଭି.କେ.ସାରସ୍ୱତ । ସେ କହିଛନ୍ତି ଯେ ଭାରତ ୨୦୧୨ ବେଳକୁ ହିଁ ଏହି ଟେକନଲୋଜୀ ହାସଲ କରିସାରିଥିଲା । କିନ୍ତୁ ଏହାର ପରୀକ୍ଷା କରିବା ପାଇଁ ତତକାଳୀନ ସରକାର ଅନୁମତି ଦେଇନଥିଲେ । ଚୀନ ୨୦୦୭ରେ ଆଣ୍ଟି-ସାଟେଲାଇଟ େଓ୍ଵପନର ପରୀକ୍ଷଣ କରିଥିଲା । ସେତେବେଳେ ଏଥିପାଇଁ ଚୀନକୁ ଆମେରିକା, ଋଷିଆ ଓ ୟୁରୋପୀୟ ସଂଘ ପକ୍ଷରୁ କଡା ସମାଲୋଚନା କରାଯାଇଥିଲା । ଭାରତ ଯଦି ଏପରି ପରୀକ୍ଷା କରେ ତେବେ ପାଶ୍ଚାତ୍ୟ ଦେଶ ଭାରତ ବିରୋଧରେ କଟକଣା ଲଗାଇପାରନ୍ତି ବୋଲି ସେତେବେଳେ ଭାରତ ସରକାର ଆଶଙ୍କା କରୁଥିଲେ ।

ସମ୍ବନ୍ଧିତ ଖବର