ଗୋଆଠାରୁ ଆଉ ୩୪୦ କିମି ଦୂରରେ ସାମୁଦ୍ରିକ ବାତ୍ୟା ବାୟୁ , ଫନିଠାରୁ ଶକ୍ତି କମ ରହିବ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଗୁଜୁରାଟ ଉପକୂଳ ଆଡକୁ ମୁହାଁଇଥିବା ସାମୁଦ୍ରିକ ବାତ୍ୟା ବାୟୁ ଏବେ ଗୋଆଠାରୁ ୩୪୦ କିମି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦୂରରେ ଓ ମୁମ୍ବାଇଠାରୁ ୪୯୦ କିମି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଆସନ୍ତା ୧୩ ତାରିଖ ସକାଳେ ଗୁଜୁରାଟର ପୋରବନ୍ଦର ଓ ମାହୁଭା ମଧ୍ୟବର୍ତ୍ତି କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଇତି ମଧ୍ୟରେ କେରଳ, ଉପକୂଳ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି ଲାଣ୍ଡଫଲ ବା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟାପ୍ରତି ୧୩୫ କିମି ରହିବା ଆଶଙ୍କା କରାଯାଉଛି । ତେବେ ଗତ ମଇ ମାସରେ ଓଡ଼ିଶାରେ ମାଡ ହୋଇଥିବା ପ୍ରଳଙ୍କରୀ ମହାବାତ୍ୟା ଫନି ତୁଳନାରେ ଏହାର ଶକ୍ତି କମ ରହିବା ଆଶା କରାଯାଉଛି । କାରଣ ଫନିକୁ ଭାରତୀୟ ପାଣିପାଗ ବିଭାଗ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ (ଅତି ଭୟଙ୍କର ବାତ୍ୟା) କହିଥିବାବେଳେ ବାୟୁକୁ ସିଭିୟର ସାଇକ୍ଲୋନ ବୋଲି କୁହାଯାଉଛି ।  ତଥାପି ସତର୍କତା ଅବଲମ୍ବନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର