ମହାବାତ୍ୟା ଫନି ସଂପର୍କରେ ତାମିଲନାଡୁ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ: ତାମିଲନାଡୁ ନୁହେଁ ଆନ୍ଧ୍ର ଆଡକୁ ଯାଇପାରେ

ଭୁବନେଶ୍ୱର : ଭାରତର ପୂର୍ବ ଉପକୂଳ ଆଡକୁ ମାଡି ଆସୁଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ଫନିକୁ ନେଇ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରରେ ଲୋକମାନଙ୍କ ମଧ୍ୟରେ ଛନକା ପଶିଥିବାବେଳେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୩୦ ତାରିଖ ସଂଧ୍ୟା କିମ୍ବା ୧ ତାରିଖ ପୂର୍ବାହ୍ଣରେ ଏହି ବାତ୍ୟା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଓଡ଼ିଶା ପ୍ରତି ଏହାର କୌଣସି ପ୍ରଭାବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

କିନ୍ତୁ ଏକ ଭିନ୍ନ ପୂର୍ବାନୁମାନ ଲଗାଇଛନ୍ତି ତାମିଲନାଡୁର ଜଣେ ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ । ସେ କହିଛନ୍ତି ଯେ ଫନି ତାମିଲନାଡୁରେ ମାଡ କରିବା ସମ୍ଭାବନା କମ ରହିଛି । କାରଣ ଗତ ୫୦ ବର୍ଷ ହେଲା ଏପ୍ରିଲ ମାସରେ କୌଣସି ବାତ୍ୟା ତାମିଲନାଡୁକୁ ଛୁଇଁନାହିଁ । ଏଥର ମଧ୍ୟ ଏହି ବାତ୍ୟା ଆନ୍ଧ୍ର ଆଡକୁ ବୁଲିଯିବାର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି । ଆନ୍ଧ୍ର ଆଡକୁ ଏହି ବାତ୍ୟା ଦିଗପରିବର୍ତ୍ତନ କଲେ ଓଡ଼ିଶା ଉପରେ ପ୍ରଭାବ ପଡିବା ସମ୍ଭାବନା ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର